jayashree

ତହଁକ୍‌ ତିହାର୍‌ – ୨୦୨୪

  • କୋଶଲୀ ଭାଷା ଆନ୍ଦୋଳନ ପାଇଁ ସଜବାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପତିତ ପାବନ ଏକାଡେମୀଠାରେ ତହଁକ୍‌ ସାହିତ୍ୟ କୁଟୁମ୍‌, ବଲାଙ୍ଗିର ୧୦ତମ ବାର୍ଷିକ ଉତ୍ସବ ତହଁକ୍‌ ତିହାର୍‌ -୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଇ ଉତ୍ସବର ପ୍ରଥମ ଅଧିବେଶନରେ ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଡା. ବେଣୁଧର ପାଣ୍ଡେ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଦିଗାମ୍ବର ନାଏକ, କବି ନିରଞ୍ଜନ ପଣ୍ଡା, କବି ଗୋପାଳ ଚନ୍ଦ୍ର ମେହେର, ଗୋଷ୍ଠୀ କୃଷି ଅଧିକାରୀ ଜଗବନ୍ଧୁ ପଟେଲ, ମୁଖ୍ୟବକ୍ତା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇଥିଲେ । ସଂପାଦକ ରାଜେଶ ଦଣ୍ଡସେନା ବାର୍ଷିକ ବିବରଣୀ ପାଠ କରିଥିଲେ । କବି ଅର୍ଜୁନ କୁମାର ସାହୁ ମଂଚ ପରିଚାଳନା କରିଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ଉମେଶ ବିଶ୍ୱାଲ ଓ କବିୟତ୍ରୀ କବିତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭା ଆରମ୍ଭରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ସାଧୁ ମେହେରଙ୍କ ସ୍ମୁତିରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସମସ୍ତ ଅତିଥିମମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟ ଯାଏଁ ମାତୃଭାଷା କୋଶଲୀରେ ପ୍ରଚଳନ କରାଯାଉ । ଶେଷରେ ଧନ୍ୟବାଦ ଦେଇଥିଲେ ଶ୍ରୀୟାକାନ୍ତ ଦାଶ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ପ୍ରତିଭାମାନେ ହେଲେ ତହଁକ ସମ୍ମାନ ଦିଲ୍ଲୀପ କୁମାର ମହାନ୍ତି, ତହଁକ୍‌ ନାରୀ ପ୍ରତିଭା ବସନ୍ତ ମଞ୍ଜରୀ ହନୁମାନ, ତହଁକ୍‌ କଥାନି ସମ୍ମାନ ଧର୍ମେନ୍ଦ୍ର ପ୍ରଧାନ, ତହଁକ୍‌ ଯୁବ ଗବେଷକ ସମ୍ମାନ ଉମାକାନ୍ତ ଭୋଇ, ତହଁକ୍‌ ସଂଗୀତକାର ସମ୍ମାନ ଦୟାମୟ ଭୁକ୍ତା, ତହଁକ୍‌ କୁଇଲି ସମ୍ମାନ ସୃଷ୍ଟିକା ବାରିକ, ତହଁକ୍‌ ସେବା ସମ୍ମାନ କର୍ତ୍ତବ୍ୟ ପାଉଣ୍ଡେସନ୍‌, ତହଁକ୍‌ ଅନୁଷ୍ଠାନ ସମ୍ମାନ କୋଶଲୀ କଲାପଟା, ଫଲ୍‌ସାଫୁଲ୍‌ । ଦ୍ୱିତୀୟ ଅଧିବେଶନରେ କୋଶଲୀ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବରେ ଯୋଗଦାନ କରିଥିଲେ ନାରାୟଣ ଦଣ୍ଡସେନା, ରାଜୀବ ପ୍ରସାଦ ଭୋଇ, ସୁଶାନ୍ତ ବାଗ, ବଂଶୀଧର ନାଏକ, ହିମାଂଚଳ ମେହେର ଓ ଦେବେନ୍ଦ୍ର ନାଏକ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଦିିଲ୍ଲୀପ କୁମାର ମିଶ୍ର, ସୁଜାତା ନାଏକ, ପ୍ରଭାସିନୀ ଭୋଇ, ସବିତା ମହରା, ପୁଷ୍ପାଞ୍ଜଳୀ ମେହେର, ଜ୍ୟୋତିର୍ମୟୀ ତ୍ରିପାଠୀ, ସୁଦେଷ୍ଣା ମିଶ୍ର, ସାଳିନୀ ସା, ନିକିତା ସା, ଆଶୁତୋଷ ଠାକୁର, ରବିନ୍ଦ୍ର ସାହୁ, ଶକର୍ଷଣ ସାହୁ, ଭରତ ମେହେର, ଜ୍ୟୋତିରାନୀ ମିଶ୍ର, ଧରିତ୍ରୀ ସାହୁ ଓ ନିବେଦିତା ହୋତା ।

Leave A Reply

Your email address will not be published.