ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ମାସିକ ବୈଠକ ଏବଂ ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ଼ ରୋଡ ସ୍ଥିତ ପଂଚବଟି ଉଦ୍ୟାନଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ମାସିକ ବୈଠକ ସଙ୍ଗେ ସଙ୍ଗେ ବାର୍ଷିକ ବଣଭୋଜି ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଆସନ୍ତା ମାସ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ କରିବା ସକାଶେ ଆଜିକାର ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଂଘର ଅଫିସ ସକାଶେ ଜିଲ୍ଲାପାଳଙ୍କୁ ଆବେଦନ କରିବା ସଙ୍ଗେ ତାଙ୍କୁ ସାକ୍ଷାତ କରିବା ପାଇଁ ଏକ ୫ ଜଣିଆ ଦଳ ଗଠନ କରାଯାଇଥିଲା । ସ୍ୱର୍ଗତ ରାଧାକାନ୍ତ ମିଶ୍ରଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ୨ ଜଣ ନୂତନ ସଭ୍ୟ ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ । ନିଳାମ୍ବର ଦାଶ ଏବଂ ହରେକୃଷ୍ଣ ପଣ୍ଡା ମହୋଦୟଙ୍କୁ ସ୍ୱାଗତ ତଥା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୫୦ ଜଣ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ପୂର୍ବତନ ସଭାପତି ବିନୋଦ ବିହାରୀ ମିଶ୍ର ଏବଂ ସଂପାଦକ ବୃନ୍ଦାବନ ମିଶ୍ର ମଂଚାସୀନ ଥିଲେ । ସାଧାରଣ ସଂପାଦକଙ୍କ ନେତୃତ୍ୱରେ କୃଷ୍ଣଚନ୍ଦ୍ର ନାଥ, ନିମାଇଁ ଚରଣ ମେହେର, ବୈକୁଣ୍ଠ ସ୍ୱାଇଁ, ଜୀବନ କୁମାର ତ୍ରିପାଠୀ ଏବଂ ପାଣ୍ଡବ ପଧାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଣବ ବଲ୍ଲଭ ତ୍ରିପାଠୀ ଏବଂ ହଜାରୀ ମିଶ୍ର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ସୁରେନ୍ଦ୍ର ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

14 + four =