oom

ସୋନପୁରରୁ ଶ୍ରୀକ୍ଷେତ୍ରକୁ ଯାଉଥିବା ଟ୍ରେନକୁ ପାତାଳୀ ଶ୍ରୀକ୍ଷେତ୍ର ନାମରେ ନାମିତ କରିବାକୁ ଦାବି

jsmm

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ଆଜି ସକାଳ ୧୧ ଘଣ୍ଟା ସମୟରେ ସୋନପୁର ବ୍ଲକ୍ ଛକ ନିକଟରେ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା ବିଜେପି ପୂର୍ବତନ ସଭାପତି ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ଦିଆଯଇଥିଲା । ନୂଆ ଚାଲିଥିବା ଟ୍ରେନ ସୋନପୁର-ଭୁବନେଶ୍ୱରକୁ ପାତାଳୀ ଶ୍ରକ୍ଷେତ୍ର ଏକ୍ସପ୍ରେସ ନାମରେ ନାମିତ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୁଣି ଜିଲ୍ଲାରେ ଏକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଓ ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବଳଦେବଙ୍କ ସହିତ ବରିଷ୍ଠ ଓକିଲ ଶ୍ୟାମା ଓଁ ପ୍ରାସାଦ ମିଶ୍ର, ନାରୀ ନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର, ବ୍ୟାସଦେବ ଭରଦ୍ୱାଜ ମିଶ୍ର, ସମ୍ବିଦ ନନ୍ଦ, ବାପି ଦାସ, ଶ୍ରୀନିବାସ ଚାନ୍ଦ, ଜିତୁ ମହାପାତ୍ର, କେଶବ ସାହୁ, ଶିବ ଶଙ୍କର ସାହୁ, ସୁରେଶ ପାତ୍ର, ଛବିଲ ମେହେରଙ୍କ ସହିତ ଶତାଧିକ ଭଦ୍ରଲୋକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.