oom

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଉପଲକ୍ଷେ ବଲାଙ୍ଗିର ଗାନ୍ଧୀ ପାଠାଗାର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ସଂଘର ସଭ୍ୟମାନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ମହାତ୍ମାଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ । ଶ୍ରୀ ବହିଦାର ଅତି ଭାବବିହ୍ୱଳ ହୋଇ କହିଥିଲେ ମହାତ୍ମା ଗାନ୍ଧୀ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସବୁବେଳେ ରହି ଆସିଛନ୍ତି ଏବଂ ରହିଥିବେ ମଧ୍ୟ, ତାଙ୍କର ପାର୍ଥିବ ଶରୀର କ୍ଷୟ ହୋଇଛି କିନ୍ତୁ କିର୍ତ୍ତି, ବଳିଦାନର ମୃତ୍ୟୁ କେବେ ବି ହୋଇନାହିଁ । ଅହିଂସା ମନ୍ତ୍ରରେ ନିଜେ ଦିକ୍ଷିତ ହୋଇ ସମଗ୍ର ଭାରତୀୟଙ୍କୁ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ଅହିଂସା ମାର୍ଗ ପ୍ରଦର୍ଶନ କରି ବ୍ରିଟିସ ହାତରୁ ଦେଶକୁ ପରାଧୀନତା କବଳରୁ ମୁକ୍ତ କରିବାରେ ସଫଳ ହୋଇଥିଲେ । ଉକ୍ତ ସଭାରେ ସଂଘର ସଂପଦକ ବସନ୍ତ ଆଚାର୍ଯ୍ୟ, ଉପସଭାପତି ଶିବଶଙ୍କର ଖୁଆସ, ଯଥା ବିଶ୍ୱାଲ, ପ୍ରତାପ ରଥ, ପିବିନ ପଣ୍ଡା, ଉମା ପାତ୍ର, ଜ୍ୟୋସ୍ନା ନନ୍ଦ, ସଭାପତି ଘାସିରାମ ମିଶ୍ର, ଉପଦେଷ୍ଟା ସୁବାଷ ଚନ୍ଦ୍ର ଉପସ୍ଥିତ ଥିଲେ । ଶେଷରେ ହରେକୃଷ୍ଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.