ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍‌ ଆଜିଠୁ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏସନ୍‌ (ଏଓସିଏ) ଆନୁକୂଲ୍ୟରେ ଆଜିଠୁ ଆରମ୍ଭ ହେଉଛି ପ୍ରଥମ ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡ୍‌ ମାଷ୍ଟର୍ସ ଚେସ୍‌ ଟୁର୍ଣ୍ଣାମେଣ୍ଟ । ଏଥିରେ ୯ଜଣ ଗ୍ରାଣ୍ଡମାଷ୍ଟର, ୨୪ଜଣ ଇଣ୍ଟରନ୍ୟାସନାଲ୍‌ ମାଷ୍ଟର ଭାଗ ନେବେ । ତେବେ ୮ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୪ଟି ଦେଶରୁ ୮୦୦ ଖେଳାଳି ୩ଟି ବର୍ଗ (ଏ, ବି, ସି’)ରେ ଅଂଶଗ୍ରହଣ କରିବେ ବୋଲି ଏଓସିଏର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟର ୩ଜଣ ଟପ୍‌ ସିଡ୍‌ ଖେଳାଳି ହେଲେ ଭାରତର ଦୀପ୍ତାୟନ ଘୋଷ, ଆରଣ୍ୟକ ଘୋଷ ଏବଂ ଇଜିପ୍ଟର ଫଜି ଅଧମ । ଟୁର୍ଣ୍ଣାମେଣ୍ଟରେ ମୋଟ ପୁରସ୍କାର ରାଶି ୩୫ ଲକ୍ଷ ରଖାଯାଇଛି । ଏ’ ବର୍ଗ ପାଇଁ ୨୦ଲକ୍ଷ, ବି’ ଓ ସି’ ବର୍ଗ ପାଇଁ ୭ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.