ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ମୁଖ୍ୟ ଷ୍ଟାଡିୟମ୍ଠାରେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୂର୍ବାହ୍ନ ୧୧ଟା ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ, ଛତ୍ରପୁର ଉପ-ଜିଲ୍ଲାପାଳ ଦେବଦତ୍ତ ମହନ୍ତ, ଜିଲ୍ଲା ଶିଳ୍ପ ବିଭାଗର ପରିଚାଳକ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ସହରାଞ୍ଚଳ ମୁଖ୍ୟ-ନିର୍ବାହୀ ଅଧିକାରୀ ନୀଳ ମାଧବ ଭୋଇ ପ୍ରମୁଖ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରି ପରାକାଷ୍ଠା ପ୍ରତିପାଦନ କରିଥିଲେ । କ୍ରୀଡ଼ା ପ୍ରେମୀ, କ୍ରୀଡ଼ା ଅନୁରାଗୀ ସାମ୍ବାଦିକଙ୍କ ସହ ଖେଳି ଖେଳର ମହତ୍ତ୍ୱ ସ୍ୱରୂପ ସାମ୍ବାଦିକଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ମିଶ୍ର କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରୀଡ଼ାର ମହତ୍ତ୍ୱକୁ ଗୁରୁତ୍ୱାରୋପ କରି ଖେଳାଳୀ ସାମ୍ବାଦିକଙ୍କୁ ରନର ଓ ଅଫିସରଙ୍କୁ ୱିନର ପଦକ ପ୍ରଦାନ କରି ଉଭୟ ଦଳଙ୍କୁ ଉତ୍ସାହିତ କରିଥିଲେ ।
Prev Post