oom

ଖପ୍ରାଖୋଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଥାନା ପରିସରରେ ଥାନା ଅଧିକାରୀ ରମାକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଦେଶର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ସହିତ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବାକୁ ସେ ତାଙ୍କ ଅଭିଭାଷଣରେ କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପହାର ବଣ୍ଟନ କରାଯାଇଥିଲା । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ସହ ଆହୁରି ଦୁଇ ଜଣ ଯବାନ ସୁରଜ କୁମାର ସାହୁ ଏବଂ ସତ୍ୟବାଦୀ ଭୁଏଙ୍କୁ ଚଳିତ ବର୍ଷ ପୋଲିସ ସାହାସିକତା ପଦକ ମିଳୁ ଥିବାରୁ ତିନି ଜଣଙ୍କୁ ଥାନା ପରିସରରେ ସମାଜସେବୀମାନଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟଠାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକାଶ ରଞ୍ଜନ ସାହୁଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଅଧ୍ୟକ୍ଷ ବଳଭଦ୍ର ଦାସ ପତାକା ଉତ୍ତୋଳନ କରିଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ କୁମାର ତ୍ରିପାଠୀ, ପିଇଟି ହରିଶ କୁମାର ବେହେରା, ଜନାର୍ଦ୍ଦନ ସୁନା, ନନ୍ଦ କିଶୋର ବାଗ, ନିରଜ ବାରିକ, ଗୁଣମଣୀ ସାହୁ, ବାଳକ୍ରିଷ୍ଣା ପୁଞ୍ଜି, ଅର୍ଜୁନ ହାତୀ, ଗୌରୀ ହଂସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ତହସିଲ କାର୍ଯ୍ୟାଳୟ, ଡାକ୍ତରଖାନା, ବନ ବିଭାଗ କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟଠାରେ ପତାକା ଉତ୍ତୋଳନ ହୋଇଯାଇଛି ।

jittmm
Leave A Reply

Your email address will not be published.