ମେଣ୍ଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପରଲୋକ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ମେଣ୍ଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀନ୍ଦ୍ର ପର୍ଡିଆ(୮୦)ଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ଦିନ ୧୦ଟା ସମୟରେ ତାଙ୍କ ମେଣ୍ଡା ପର୍ଡିଆପଡା ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା । ସେ ୧୯୮୪-୮୯, ୧୯୯୭-୨୦୦୨ ଓ ୨୦୦୨-୨୦୦୭ ମସିହା ପର୍ଯ୍ୟନ୍ତ ୩ ଥର ମେଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ଜିଣି ପଞ୍ଚାୟତର ଅନେକଗୁଡିଏ ଉନ୍ନୟନମୂଳକ କାମ କରାଇ ତରଭା ତଥା ସୋନପୁର ଜିଲ୍ଲାର ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ତରଭା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ପହଞ୍ଚି ତାଙ୍କର ଶେଷଦର୍ଶନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ୪ପୁଅ ପ୍ରଶନ୍ନ, ପ୍ରଦୀପ, ପ୍ରମୋଦ, ପ୍ରତାପ, ତିନି ଝିଅ ପଦ୍ମିନୀ, ପ୍ରଭାସିନୀ, ରୋଜି, ଭାଇ ଗଜେନ୍ଦ୍ର, ସୁରେନ୍ଦ୍ର, ନରେନ୍ଦ୍ର, ପୁତ୍ରବଧୁ, ନାତିନାତୁଣୀ ତଥା ପରିବାର ବର୍ଗ ଉପସ୍ଥିତ ଥିଲେ । ମେଣ୍ଡା ନିକଟସ୍ଥ ସୁକତେଲନଦୀର ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଓ ତାଙ୍କ ଜ୍ୟେଷ୍ଠପୁତ୍ର ପ୍ରଶନ୍ନ ପର୍ଡିଆ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.