oom

ନଅଗାଁ(ଖ)ରେ ଗ୍ରାମସଭା ଅନୁଷ୍ଠିତ : ପ୍ରଥମ ଥର ଶିଶୁଙ୍କ ପାଇଁ ବଜେଟ ଗ୍ରାମପଞ୍ଚାୟତରେ ଅନୁମୋଦିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁୁଡୁୁକା) ବ୍ଲକର ନଅଗାଁ (ଖ) ଗ୍ରାମପଞ୍ଚାୟତର ସଭା ଗୃହଠାରେ ସରପଞ୍ଚ ବୃନ୍ଦାବନ ସେଠଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ୨୦୨୪-୨୫ ଆର୍ଥିକ ବର୍ଷରେ ନଅଗାଁ ଗ୍ରାମପଞ୍ଚାୟତରେ ପ୍ରଥମ ଥର ଶିଶୁମାନଙ୍କର କଲ୍ୟାଣ ତଥା ପ୍ରତ୍ୟେକ ଶିଶୁ ନିମନ୍ତେ ଏକ ସୁସ୍ଥ ଓ ନିରାପଦ ଶୈଶବ ସୁନିଶ୍ଚିତ କରିବା ଓ ଶିଶୁମାନଙ୍କର ସବୁ ପ୍ରକାର ଅଭିବୃଦ୍ଧି ନିମନ୍ତେ ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଛି । ଭାରତ ସରକରଙ୍କର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟରୁ “ମିଶନ ବାତ୍ସଲ୍ୟ” ମାର୍ଗଦର୍ଶିକାର ୨.୧୨(ii) ପ୍ରଦତ୍ତ ଅନୁସାରେ ଗ୍ରାମ ପଞ୍ଚାୟତରେ ଶିଶୁ ସସ୍ମନ୍ଧୀୟ କାର୍ଯ୍ୟକଳାପ ପାଇଁ ସହାୟତା ଯୋଜନା (ଜିପିଡିପି) ବ୍ୟବସ୍ଥାରେ ଅନର୍ଭୁକ୍ତ କରିବାକୁ ବ୍ୟବସ୍ଥା ଅଛି । ତେଣୁ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କର୍ଯ୍ୟକୁ ପଞ୍ଚାୟତସ୍ତରରୁ ସମର୍ଥିତ ଓ ମଜବୁତ କରି ସୁନିଶ୍ଚିତ କରିବାକୁ ଆବଶ୍ୟକ ଥିବାରୁ ନଅଗାଁ ଗ୍ରାମପଞ୍ଚାୟତ ନିଜସ୍ୱ ରାଜସ୍ୱ ଉତ୍ସରୁ ଗ୍ରାମପଞ୍ଚାୟତରୁ ବାର୍ଷିକ ୫% ଯାହା ଶିଶୁ ସମ୍ବନ୍ଧୀୟ ବିଭିନ୍ନ କାରର୍ଯ୍ୟକ୍ରମ କରିବାକୁ ଗ୍ରାମସଭାରେ ୧,୦୦୦,୦୦ ଟଙ୍କା ଅନୁମୋଦନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଗ୍ରାମସଭାରେ ଶିଶୁମାନଙ୍କ ପାଇଁ ପ୍ରସ୍ତାବ ରଖିବାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ବୈଷୟିକ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅଂଚଳରେ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ସକ୍ରିୟ ଅଂଶଗ୍ରହଣ କରି ସଭା ଅନୁଷ୍ଠିତ କରିଥିଲେ । ଏହି ସଭାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ଵାର୍ଥ ପଟେଲ, ଗ୍ରାମ ରୋଜଗାର ସେବକ ରଜନୀ ପଟ୍ଟନାୟକ, ନୋଡାଲ ଅଫିସର୍ ତଥା ଅତିରିକ୍ତ ମତ୍ସ୍ୟ ଅଧିକାରୀ ଧୁବଲ କିଶୋର ମଲ୍ଲିକ, ସ୍ୱାସ୍ଥ୍ୟ ବିଭାଗର ସୁରେନ୍ଦ୍ର ପ୍ରଧାନ, ସମିତି ସଭ୍ୟ ଦେବଦତ୍ତ ଦଣ୍ଡସେନା, ପଲ୍ଲୀ ଆଲୋକ ପାଠାଗାର ଗୋବିନ୍ଦ ବିଶି, ପ୍ରହଲ୍ଲାଦ ପଧାନ, ଆଶା, ଅଙ୍ଗନୱାଡ଼ି, ଶିକ୍ଷକ,ସିଆର୍‌ପି, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ, ସଭ୍ୟାମାନେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.