oom

‘ନବୀନ’ କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ‘ନବୀନ’ କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲେଚନାଚକ୍ରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଉପଦେଷ୍ଟା ପ୍ରଫେସର ଡ଼ମ୍ବରୁଧର ସାହୁ, କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, କବି ପ୍ରମୋଦ କୁମାର ପଣ୍ଡା, ବି. ସତ୍ୟମ ଆଚାରୀ, ବଂଶୀଧର ସେଠୀ, ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଅବନୀ ଗୟା, ବନ୍ଦନା ମହାପାତ୍ର, ନବୀନର ପ୍ରକାଶିକା ମଞ୍ଜୁ ରଥ, ଯୁବ କବି ସୁନୀଲ କୁମାର ପ୍ରଧାନ, ଶିକ୍ଷାବିତ ଲିଙ୍ଗରାଜ ଜେନା, ସ୍ତମ୍ଭକାର କାଳି ଦାସ, ବି. ଶିବ ପ୍ରସାଦ ରେଡ଼ି, ଇଂ. ମାନସ ରଂଜନ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରି ଦେଶାତ୍ମବୋଧକ କବିତା ପାଠ କରିଥିଲେ । ଶେଷରେ ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.