ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହର ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହ ଦ୍ୱାରା ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ସୋମକେଶ ନାୟକ ଓ ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ର ଯୋଗ ଦେଇଥିବା ବେଳେ ରାମଜୀ ଯୁବକ ସଂଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ର, ସାଇଟ ଡିପ୍ଲୋମା ଇଂଜିନିୟରିଂ ଅଧ୍ୟକ୍ଷା ଇଂ. ନମିତା ପଟେଲ, ନର୍ସିଂ ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର, ସୁୁଶ୍ରୀ ଆଇ.ଟି.ସି ଅଧ୍ୟକ୍ଷ ଇଂ. ସନ୍ତୋଷ କୁମାର ବ୍ରହ୍ମା, ସୁଲୋଚନା ଦେବୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ଓ ଗରୁଡଧ୍ୱଜ ସାଏ ପ୍ରମୁଖ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ନର୍ସିଂ ଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଏହି ଅବସରରେ ନର୍ସିଂ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ଓ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସୁଶ୍ରୀ ଶିକ୍ଷାନୁଷ୍ଠାନ ସମୂହର ସମସ୍ତ ଶିକ୍ଷା ଅନୁଷ୍ଠାନ ଡିପ୍ଲୋମା ଇଂଜିନିୟରିଂ, ନର୍ସିଂ, ଆଇ.ଟି.ଆଇ, ଡି.ଏମ୍‌.ଏଲ୍‌.ଟି, ଉଚ୍ଚବିଦ୍ୟାଳୟ, ଶିଶୁ ମନ୍ଦିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାର୍ଚପାଷ୍ଟ୍‌ ହୋଇଥିଲା । ସଭାକାର୍ଯ୍ୟକୁ ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ପରିଚାଳାନା କରିଥିବା ବେଳେ ଅଧ୍ୟାପିକା କମରୁନ ନିସା ସହଯୋଗ କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମଟି ମହାସମାରୋହରେ ପାଳିତ ହୋଇଥିଲା । କ୍ରୀଡା ସଂଯୋଜକ ସୁନୀଲ ଚନ୍ଦ୍ର ବିଶ୍ୱାଳ ମାର୍ଚପାଷ୍ଟ୍‌ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.