oom

ନବମ ରାଇଜିଙ୍ଗ୍ ଷ୍ଟାର କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଆଜି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ କେଛୋଦାଦର ଠାରେ ନବମ ରାଇଜିଙ୍ଗ୍ ଷ୍ଟାର୍ କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆୟୋଜିତ ହୋଇଛି l ମୁଖ୍ୟଅତିଥି ଭାବେ କେଛୋଦାଦର ଗ୍ରାମ ପଂଚାୟତ ପୂର୍ବତନ ସରପଂଚ ଶ୍ରୀମତି ସୁମତି ସାହୁ ଯୋଗଦେଇ ଦେଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଉଦୟ ନାଥ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ସମସ୍ତ କର୍ମକର୍ତ୍ତାଙ୍କ ସହ ଦୂରଦୂରାନ୍ତରୁ ଆସିଥିବା ଖେଳାଳୀ ମାନଙ୍କୁ ଖେଳ ଏବଂ ଖେଳାଳୀ ମାନଙ୍କ ସମ୍ପର୍କରେ ଉଦବୋଧନ ଦେବା ସଙ୍ଗେ ସଙ୍ଗେ ଉତ୍ସିହିତ କରିଥିଲେ l ଆଜିଠାରୁ ଦିର୍ଘ ତିନି ଦିନ ବ୍ୟାପୀ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୨୪ ଟି କ୍ରିକେଟ ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଇଜିଙ୍ଗ୍ ଷ୍ଟାର୍ କ୍ରିକେଟ୍ କପର ସଭ୍ୟ ରାଜକୁମାର ସାହୁଙ୍କ ଠାରୁ ପ୍ରକାଶ l ସେ କହନ୍ତି ଏହି ୫ ଦିନ କାଳରେ ସର୍ବଶ୍ରୀ ଗୋପାଳ ବାଗ,ପ୍ରଶାନ୍ତ ସାହୁ, ସହଦେବ ବାଗ, ପଦ୍ମଲୋଚନ, ବିଦ୍ୟାଧର କାରେଙ୍କୁ ଓମପେୟାର୍ ଦାୟିତ୍ୱ ପ୍ରଦାନ କରାଯାଇ ଥିବାବେଳେ ସର୍ବଶ୍ରୀ କ୍ରିଷ୍ଣା ମହାନନ୍ଦ, ତରଣୀସେନ ବାରିକ, ଅଲେଖ ବାଗଙ୍କୁ ସ୍କୋରିଙ୍ଗ ଦାୟିତ୍ୱ ପ୍ରଦାନ ସହ ବ୍ରହ୍ମା ମହାଲିଙ୍ଗ, ପଂଚମ ସାହୁ, ନେହେରୁ ବାଗ, ଅକ୍ଷୟ ବାଗ, ସୁଶାନ୍ତ ବାଗଙ୍କୁ ଖେଳ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି l ଉଜଲ ମହାନନ୍ଦ, ରଶ୍ମିରଂଜନ ସାହୁ, ସଂକିର୍ତ୍ତନ ବାଗ, ରାଜୁ ସାହୁଙ୍କୁ ଧାରାବିବରଣୀର ଦାୟିତ୍ୱ ପ୍ରଦାନ କରାଯାଇଛି l କରୋନା ପାଇଁ ଗତବର୍ଷ ଖେଳକୁଦରେ ଫିକା ପଡିଯାଇଥିବାରୁ ଏ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ପାଇଁ ବହୁ ଦର୍ଶକଙ୍କ ଭିଡ ହୋଇଛି ।

jittmm
Leave A Reply

Your email address will not be published.