ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ : କର ସେବକ ବଖାଣିଲେ ନିଜ ଅନୁଭୂତି

ମ.ରାମପୁର, (ହେମନ୍ତ ସାହୁ) : ଗତକାଲି ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ଏହି ପ୍ରତିଷ୍ଠା ଅବସରରେ ପ୍ରତିଟି ଭାରତୀୟ ନିଜକୁ ସାମିଲ କରେଇ ଘରେ ଘରେ ମନେଇଛନ୍ତି ଉତ୍ସବ । ତେବେ କର ସେବକ ଭାବରେ ୧୯୯୧ ମସିହା ରେ ଅଯୋଧ୍ୟାରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣାରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ତାଳସାଗର ପଡାର ଦେବାର୍ଚ୍ଚନ ମହାଖୁଡ଼ ସାମିଲ ହେଇଥିଲେ । ସ୍ୱର୍ଗତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ସେ ଏହି ଦଙ୍ଗା ସମୟରେ ନିଜକୁ ସାମିଲ କରାଇ ଥିଲେ । ଯାହାର ଅନୁଭୂତି ବଖାଣି ଥିଲେ ଆମ ପ୍ରତିନିଧିଙ୍କ ଆଗରେ । ବହୁତ ଶ୍ରମ ସ୍ୱୀକାର କରି ଅଯୋଧ୍ୟାରେ ପହଞ୍ଚି ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣାରେ ଲାଠି ମାଡ ଖାଇଥିଲେ । ଅଳ୍ପକେ ବର୍ତ୍ତି ଯାଇଥିଲେ ଗୁଳି ଖାଇବାରୁ । ଗୁଳି ମାଡ ତାଙ୍କୁ ବାଜି ନ ଥିଲା ସିନା ତାଙ୍କ ସହ ଥିବା ଆଉ ଜଣେ ସନ୍ନ୍ୟାସୀ ତାଙ୍କ ଆଖି ଆଗରେ ଟଳି ପଡିଥିଲେ । ଏମିତି କେତେ ସନ୍ୟାସୀଙ୍କ ମୃତ୍ୟୁ ଆଖି ଆଗରେ ଦେଖିଥିବା ବେଳେ ଜଣେ ସନ୍ନ୍ୟାସୀଙ୍କୁ ଗୁଳି ବାଜିବା ଅବସ୍ଥାରେ ଡ଼ାକ୍ତର ଖାନା ପହେଞ୍ଚେଇ ଜୀବନ ରକ୍ଷା କରିପାରିଥିଲେ । ରଣକ୍ଷେତ୍ର ପାଲଟି ଥିଲା ଅଯୋଧ୍ୟା । ତଥାପି ରାମ ଝଣ୍ଡା ଲଗାଇବାରେ ସଫଳ ହେଇଥିଲେ । ନିକଟସ୍ଥ ସରଜୁ ନଦୀକୂଳରେ ଅସ୍ଥାୟୀ ତମ୍ବୁରେ ରହି ସେ କର ସେବା ଦେଇଥିବା କହିଛନ୍ତି । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦେଖି ସେ ନିଜକୁ ଧନ୍ୟ ମନେ କରିବା ସହ ଅତୀତର ସେହି ଲୋମହର୍ଷଣ ଦୃଶ୍ୟ ମନେ ପଡ଼ିଲେ ଏବେ ବି ତାଙ୍କରି ଲୋମ ଟାଙ୍କୁରି ଉଠେ ବୋଲି ସେ କହିଛନ୍ତି । ତାଙ୍କରି ଏହି ତ୍ୟାଗ ନିମନ୍ତେ ଭାଗବତ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ତାଙ୍କୁ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.