jayashree

‘କୋଶଳ ପ୍ରବାହ’ର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ର ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁଙ୍କ ପିତା ମାସା ସାହୁଙ୍କ(୮୦) ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ଥିଲେ । ଶୁକ୍ରବାର ଦିନ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ସୁସ୍ଥତା ହାସଲ କରି ଘରକୁ ଫେରିଥିଲେ । ରବିବାର ଦିନ ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ନିଜସ୍ୱ ଶାନ୍ତିପଡ଼ା ବାସଭବନରେ ଦିନ ୧୨ଟାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଶେଷ ସମୟରେ ତାଙ୍କ ସ୍ତ୍ରୀ ଜାନକୀ ଦେବୀ, ପୁଅ ଆନନ୍ଦ, ଝିଅ ସିନ୍ଧୁସୂତା, କୁନି, ମଞ୍ଜୁଲତା, ଯଶୋଦା, ତପସ୍ୱିନୀ, ଯାଜ୍ଞସେନୀ ଓ ନାତି ମନ୍ମୟ, ଆଦିତ୍ୟ, ଶମ୍ଭୁନାଥ, ନାତୁଣୀ ଆଶା, ଝୁମି, ଆଦ୍ୟାଶା, ରାକ୍ଷୀ, ରଶ୍ମି, ପ୍ରଜ୍ଞା, ସୁଧା, ଅଞ୍ଜନା, ମାମି, ପ୍ରସୀମାଙ୍କ ସହିତ ପରିବାର ବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତ ମାସା ସାହୁ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, ଭବଗତ ବିଶ୍ୱାସୀ ମଣିଷ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତେଷ୍ଟି କରାଯିବା ନେଇ ପରିବାର ବର୍ଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.