oom

ହଳଦୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ମହୋତ୍ସବ ଉଦ୍‌ଯାପିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମାରେ ଥିବା ହଳଦୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ମହୋତ୍ସବ ଶନିବାର ରାତ୍ରିରେ ଉଦ୍‌ଯାପିତ ହୋଇଯାଇଛି । ଆୟୋଜକ ମହୋତ୍ସବ କମିଟି ସଭାପତି ଚୈତନ୍ୟ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ତଥା ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ ଓ ମୁଖ୍ୟ ସଂଯୋଜକ ଦୀପକ ରଞ୍ଜନ ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ହଂସରାଜ ଜୈନ ମୁଖ୍ୟ ଅତିଥି, କବି, ଗବେଷକ, ଅଧ୍ୟାପକ ଡ. ପରମେଶ୍ୱର ମୁଣ୍ଡ ମୁଖ୍ୟବକ୍ତା, ଆୟୋଜକ ମହୋତ୍ସବ କମିଟି ଉପସଭାପତି ପୁରୁଷୋତ୍ତମ ବାଗ, କବି ତରୁଣ ସିଂ ଦୀପ, ରମାରଞ୍ଜନ ସେଠ, କୋଷାଧ୍ୟକ୍ଷ ଆଦିକନ୍ଦ ଖମାରୀ, ସହ କୋଷାଧ୍ୟକ୍ଷ ସୁବାସ ପଟ୍ଟନାୟକ, ପୁରାତନ ଛାତ୍ର ଲମ୍ବୋଦର ପୁଝାରୀ, ସୁବାସ ପୋଢ଼, ଆବାହକ ତଥା ସ୍କୁଲ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଝାଙ୍କର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ବ୍ଲକର ଦୁଇ ବରିଷ୍ଠ ସାମ୍ୱାଦିକ ଶ୍ରୀବତ୍ସ ବେହେରା ଓ ଦୁର୍ଗାନନ୍ଦ ମହାକୁରଙ୍କୁ ମହୋତ୍ସବ କମିଟି ପକ୍ଷରୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହା ସହ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ଓ ସହଯୋଗୀମାନଙ୍କୁ ଆୟୋଜକ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାତ୍ରିରେ ଆଦିମ ଅନୁଷ୍ଠାନ, ଭବାନୀପାଟଣା ପକ୍ଷରୁ ନାଟକ ‘ମେଘର ଦେଶେ ପାଏନ’ ମଞ୍ଚସ୍ଥ ହୋଇଥିବା ବେଳେ ବରିଷ୍ଠ କଣ୍ଠଶିଳ୍ପୀ ନବୀନ କୁଅଁର, ଗଗନ ବାଗ ଓ ଶୋଭାରାଣୀ ସିହ୍ନାଙ୍କ ଦ୍ଵାରା ସମ୍ବଲପୁରୀ ଅର୍କେଷ୍ଟ୍ରା ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା । ଆୟୋଜକ କମିଟିର କବି ତରୁଣ ସିଂ ଦୀପ ଧନ୍ୟବାଦ ଦେଇଥିଲେ । ଆୟୋଜକ ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହିତ ପବନ ପଶାୟତ, ଉତ୍ତମ ମହାନନ୍ଦ, ଚତୁର ମହାନନ୍ଦ, ରୁକ୍ମଣ ମହାନନ୍ଦ, ଦୀନେଶ କୁମ୍ଭାରଙ୍କ ସହ ଗ୍ରାମର ସପ୍ତରଙ୍ଗ ସାଂସ୍କୃତିକ ସଂସଦ, ଜୟରାମ ମହାନନ୍ଦ ପାଠାଗାର, କ୍ଲବ ନିରଙ୍କୁଶ, ଇଲେଭେନ୍ ବ୍ରଦର୍ସ ଫୁଟବଲ୍ ଆସୋସିଏସନ୍, ଭାଗବତ ମନ୍ଦିର କମିଟି, ଜଗନ୍ନାଥ ମନ୍ଦିର କମିଟି, ମାଉସୀ ମନ୍ଦିର କମିଟି, ଡଙ୍ଗରବୁଢ଼ା ଯାତ୍ରା କମିଟି, ଗ୍ରାମର ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ସ୍କୁଲରେ ପାଠ ପଢିଥିବା ସମସ୍ତ ପୁରାତନ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.