jayashree

ଏବେ କାଳ ସାଜିଛି ମାଇକ୍ରୋ ଫାଇନାନ୍ସ ଋଣ

ତୁରେକେଲା, (କୈଳାଶ ସଗ୍ରିଆ) : ବର୍ତ୍ତମାନ ତୁରେକେଲା ବ୍ଲକ ଅଂଚଳରେ ବଡ ଦୁଃଖଦ ପରିସ୍ଥିତି ଦେଖିବାକୁ ମିଳିଛି । କାଳ ସାଜିଛି ମାଇକ୍ରୋ ଫାଇନାନ୍ସ ଋଣ । କରୋନା କବଳିତ ସାମାଜିକ ସ୍ଥିତି । ଏତିକି ବେଳେ ମାଇକ୍ରୋ ଫାଇନାନ୍ସ ମାଧ୍ୟମରେ ଲୋକଙ୍କୁ ଦିଆଯାଇଥିବା ଋଣର ଆଦାୟ ଯେଭଳି ଭାବେ ଚାଲିଛି, ସେଥିରେ ଲୋକେ ତ୍ରାହି ତ୍ରାହି ଡ଼ାକିଳେଣି । ଅର୍ଥାଭାବ, କାମଧନ୍ଦାର ଅଭାବ ଓ ବିଭିନ୍ନ ଅନାଟନ ମଧ୍ୟରେ ଗତି କରି ଚାଲିଥିବା ଲୋକେ କେମିତି ପରିଶୋଧ କରିବେ ଋଣ, ତାହା ବଡ଼ ଚି‌ନ୍ତାର ବିଷୟ । ଦୁଃଖର ବିଷୟ ଏହି ଯେ ଲୋକଙ୍କୁ ଉକ୍ତ ଋଣ ପ୍ରଦାନକାରୀ ସଂସ୍ଥା ଗୁଡ଼ିକ ବେଡି ଉପରେ କୋରଡ଼ା ଭଳି କାର୍ୟ୍ୟ କରୁଥିବା ଦେଖିବାକୁ ମିଳୁଛି । ଋଣ ପରିଶୋଧ କରିବାରେ ଅସମର୍ଥ ଲୋକେ ଏବେ ବିବ୍ରତ ବୋଲି ଅଭିଯୋଗ କରିଛ‌ନ୍ତି । ବଡ ବଡ ଜାତୀୟ କରଣ ବ୍ୟାଙ୍‌ଙ୍କରେ ଋଣ ପରିଶୋଧ ପାଇଁ ମୋରାଟୋରିୟମ ବା ଋଣ ପରିଶୋଧ ସ୍ଥଗିତ ବ୍ୟବସ୍ଥା ଯାରି ରହିଥିଲେ ହେଁ ଏହି ମାଇକ୍ରୋ ଫାଇନାନ୍ସ ଭଳି ସଂସ୍ଥାରେ ଲୋକଙ୍କୁ ଋଣ ପରିଶୋଧ ପାଇଁ ବାଧ୍ୟ କରାଯାଉଛଥିବା ଅଭିଯୋଗ ହେଉଛି । ଏଭଳିକି ଏହା ଦ୍ଵାରା ଲୋକେ ଭୟଭୀତ ହୋଇ ଗୃହ ତ୍ୟାଗ କରିବାର ବି ନଜରକୁ ଆସୁଛି । ଏଣୁ ପ୍ରଶାସନ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ, ଲୋକେ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.