ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଏଡିଏମ୍‌ (ରାଜସ୍ୱ) ମହେନ୍ଦ୍ର କୁମାର ମହାପାତ୍ର ଏହାକୁ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି । ଆଜିଠାରୁ ୩ ଦିନ ଧରି ଚାଲିବାକୁ ଥିବା ଏହି ରଥ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ । ଏହି କାର୍ଯ୍ୟକ୍ରମରେ ଏଡିଏମ୍‌ ଶ୍ରୀ ମହାପାତ୍ରଙ୍କ ସହ ଡିସିପିଓ ଲକ୍ଷ୍ମୀ ସିଂହ, ନୋଡାଲ ଅଫିସର୍‌ ଶୁଧାଂଶୁ ଶେଖର କୁମ୍ଭାର, ଆଇନ୍‌ ପରିବେକ୍ଷଣ ଅଧିକାରୀ ଦିଗାମ୍ବର କର, ପ୍ରୋଟେକ୍ସନ ଅଫିସର୍‌ ଚୁଡାମଣି ପଣ୍ଡା । ସାମାଜିକ କର୍ମୀ ଅରୁଣ ଖୁଆସ୍‌, ସୁଦାମ ସୁନା, ପ୍ରମୋଦ ବଗର୍ତ୍ତୀ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଲମ୍ବୋଦର ଦୀପ ଓ ୱାନ୍‌ଷ୍ଟପ୍‌ ସେଣ୍ଟର ସଖୀର ସଦସ୍ୟା ବୃନ୍ଦ ଏବଂ ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.