csstore

ଖେଲୋ ଇଣ୍ଡିଆ ମହିଳା ଉଷୁ ଲିଗ୍‌-୨୦୨୪

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ତା.୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର କୋଇମ୍ବାଟୁର୍‌ଠାରେ ହେବାକୁ ଥିବା ଖେଲୋ ଇଣ୍ଡିଆ ମହିଳା ଉଷୁ ଲିଗ୍‌ (ସାଉଥ୍‌ ଜୋନ) ଅନୁଷ୍ଠିତ ହେବ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ମନୋନୀତ ହୋଇଥିବା ୫୪ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ବଲାଙ୍ଗିର ଜିଲ୍ଲାରୁ ଦୁଇଜଣ ସୁହାନି ଗୁରହାଣ୍ଡି (ସବ୍‌ଜୁନିୟର ୩୦ କେଜି) ଓ ଦିୟା ସାଗର (ସବ୍‌ଜୁନିୟର ୩୯ କେଜି) ନିଜ ନିଜ ବିଭାଗରେ ଅଂଶଗ୍ରହଣ କରିବେ । ସୂଚନାଯୋଗ୍ୟ ଯେ ଗତ ବର୍ଷ କେରଳଠାରେ ହେଇଥିବା ଖେଲୋ ଇଣ୍ଡିଆରେ ସୁହାନି ଗୁରହାଣ୍ଡି ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରି ଗୌରାବନ୍ୱିତ କରିଥିଲେ । ଓଡିଶାର ଅଫିସିଆଲ ଭାବରେ ଆନ୍ତର୍ଜାତୀୟ ଜଜ୍‌ ପ୍ରଦ୍ୟୁମ୍ନ ବେହେରା, ଜାତୀୟ ଜଜ୍‌ ଅନୁରାଧା ଡୋରା, ଇଶ୍ୱର ମହନ୍ତ, ସୁଜନ କୁମାର ରଥ, ଓଡିଶା ଟିମ୍‌ କୋଚ୍‌ ପଙ୍କଜ ମହନ୍ତ ଏବଂ ଓଡିଶା ଦଳ ମ୍ୟାନେଜର ଭାବରେ ଯୁଧିଷ୍ଠିର ଗୁରହାଣ୍ଡି ଦାୟିତ୍ୱରେ ଯାଇଛନ୍ତି ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ୍‌ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି । ସଂଘର ସଭାପତି ତପନ ପାଣିଗ୍ରାହୀ ଓ ଉପ-ସଭାପତି ବାବୁଲାଲ ନାଏକ ଖେଳାଳିମାନଙ୍କୁ ସଫଳ କାମନା କରିଛନ୍ତି ।

jayashree
Leave A Reply

Your email address will not be published.