ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ପ୍ରତିଯୋଗିତା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦରରେ ଥିବା ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ମଙ୍ଗଳବାର ଦିନ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତା ମୁଖ୍ୟତଃ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ଉପଲକ୍ଷେ ଓଡିଆ ସାହିତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା ହୋଇଛି । ପ୍ରଥମ ଦିନର ଓଡିଆ ପ୍ରବନ୍ଧ ଓ ଓଡିଆ ହସ୍ତାକ୍ଷର ଲିଖନ ପ୍ରତିଯୋଗିତାରେ ଶତାଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମେହେର, ରାଜନୀତି ବିଜ୍ଞାନ ଅଧ୍ୟାପକ ଅମୂଲ୍ୟ କୁମାର ପାଣିଗ୍ରାହୀ, ଓଡିଆ ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରଧାନ ଓ ଯୁଗଲ ପୁଟେଲ, ଇଂରାଜୀ ଅଧ୍ୟାପିକା ଶ୍ରାବଣୀ ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଆସନ୍ତା ୨୦ ତାରିଖ ଯାଏ ଚାଲିବ । ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ ଛାତ୍ରୀଛାତ୍ରମାନଙ୍କୁ ଓଡିଆ ତଥା ଓଡିଶା ସାଂସ୍କୃତିକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଯୋଗିତା ମାଧ୍ୟମରେ ସଚେତନତା କରିବାର ଏକ ସରକାରୀ ମାଧ୍ୟମ ବୋଲି ଅଧ୍ୟକ୍ଷ ଶ୍ରୀ ମେହେର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.