ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସୁଲେକେଲା ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର କୁମ୍ଭୀ ପଟୁଆ ଡୁଙ୍ଗରି ଖେଳପଡିଆଠାରେ ଚାଲିଥିବା ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ବଳଧା ପଞ୍ଚାୟତ ସରପଞ୍ଚ ରାଜକୁମାରୀ ବେଶ୍ରା, ଜିଆର୍‌ଏସ୍‌ ପୃଥିରାଜ ବାଗ, କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ, ପୂର୍ବତନ ସମିତି ସଭ୍ୟା ଟଙ୍କେଶ୍ୱରୀ ବେହେରା, ନାଏବ ସରପଞ୍ଚ ପୂର୍ଣ୍ଣିମା ପୋଡ଼, ସ୍ୱେଚ୍ଛାସେବୀ ପ୍ରଦୀପ ମିଶ୍ର, ୱାର୍ଡ ମେମ୍ବର ବିଶ୍ୱନାଥ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ସୁଲେକେଲା ଓ ଜାମଖୁଣ୍ଟା ଦଳ ଫାଇନାଲ ମ୍ୟାଚ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲା । ଗ୍ରାଣ୍ଡ ଫାଇନାଲ ଖେଳରେ ସୁଲେକେଲା ଓ ଜାମଖୁଣ୍ଟା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇନଥିବାରୁ ଟ୍ରାଇବ୍ରେକରର ସହାୟତା ନିଆଯାଇଥିଲା । ଏଥିରେ ଜାମଖୁଣ୍ଟାକୁ ପରାସ୍ତ କରି ସୁଲେକେଲା ଦଳ ଚାମ୍ପିଆନ ହୋଇଛି । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଡିସେମ୍ବର ଭୋଇ ସହଯୋଗ କରିଥିଲେ । ସୁଶୀଲ କୁମାର, ଅଭୟ ବାଗ ଓ ହୁଲେଶ୍ୱର ହଂସ ଧାରା ବିବରଣୀ ପ୍ରଦାନ କରିଥିଲେ । ବେଷ୍ଟ ଗୋଲକିପର ନଜନ ବାରିକ, ବେଷ୍ଟ ଦିଫେଣ୍ଡର ହେମନ୍ତ ଭୋଇ, ବେଷ୍ଟ ସ୍କୋରର୍ ଜାନୁଆରୀଙ୍କୁ ବିବେଚିତ କରି ପୁରସ୍କୃତ କରାଯାଇଥିଲା । ଏଥିରେ ସରପଞ୍ଚ ରାଜକୁମାରୀ ବେଶ୍ରା, ଜିଆର୍‌ଏସ୍‌ ପୃଥିରାଜ ବାଗ, ଇଓ ନିଳକାନ୍ତ ପୁରୋହିତ, ନାଏବ ସରପଞ୍ଚ ପୁର୍ଣ୍ଣିଆ ପୋଡ଼ ଓ ବେଷ୍ଟ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ କମିଟିର ସଭାପତି ସଦାନନ୍ଦ ତାଣ୍ଡି, ସମ୍ପାଦକ ଲମ୍ବୋଦର ବେହେରା, କୋଷାଧ୍ୟକ୍ଷ ଚକ୍ରଧର ପୁଞ୍ଜି, ସଦସ୍ୟ କେଶବ ଚନ୍ଦ୍ର ପୁଞ୍ଜି, ଚୁଡାମଣି ପୁଞ୍ଜି, ଚିନ୍ତାମଣି ବେହେରା, ସୁଧୀର କୁମାର ପୁଞ୍ଜି, କିଶୋର ବେହେରା, ଗୋପାଳ ବେହେରା, ପପୁ ବେହେରା, ଖୁସିରାମ ବେହେରା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.