csstore

୭ତମ ମକର ମିଳନ ଉତ୍ସବ ଉଦ୍‌ଯାପିତ : ଲୁକ୍କାୟିତ ପ୍ରତିଭାକୁ ଉଜାଗର କରିବା ପାଇଁ ଆହ୍ୱାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ଓ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ୭ତମ ମକର ମିଳନ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ସଭାରେ ପ୍ରଥମେ ମା’ ଦ୍ୱାରସେନି, ସ୍ଵଭାବ କବି ଗଙ୍ଗାଧର ମେହେର ଓ ଫକୀର ମୋହନ ସେନାପତିଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦର ସଭାପତି ଡ଼. ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାଜିବ ସଗରିଆ, ଡାକ୍ତର ଅମଜଦ ଖାନ, ଯୁବନେତା ଗିରିରାଜ ସିଂ ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ, ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ବରିଷ୍ଠ ଫୁଟବଲ ରେଫରୀ ଶ୍ରୀବତ୍ସ ବେହେରା, କୋଷୋଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ହୁଲେଶ୍ୱର ହଂସ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରେମାନନ୍ଦ ପୁଟେଲ, ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ତୁଳସୀରାମ ହଂସ, ଆଦିବାସୀ ନେତା ସୁରେଶ ଭୋଇ, ସମ୍ପାଦକ ନିଗମାନନ୍ଦ ଦାସ, ଦୈତାରି ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅଂଚଳରେ ଲୁଚି ଯାଉଥିବା ଲୋକକଳା, ଲୋକଗୀତ, ଲୋକନାଚକୁ ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଉଜାଗର କରିବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଆଜିର ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କୀର୍ତ୍ତନ, ପାଲା, ଦାସ କାଠିଆ, ଢାପ, ଦୋଳ ବାଦ୍ୟ, ଖଞ୍ଜଣି, ବାହାକ ସଂଚାର ନୃତ୍ୟ ପରିବେଷଣ କରିବା ସହିତ କବିତା ପାଠ କରାଯାଇ ଥିଲା । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.