ବଙ୍ଗୋମୁଣ୍ଡାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ କେନାଲ ବିଭାଜନ ନଂ -୦୩ କାର୍ଯ୍ୟାଳୟ ବଙ୍ଗୋମୁଣ୍ଡା ପରିସରରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ଅଧିକ୍ଷଣ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ । ପାଣି ପଞ୍ଚାୟତ ପକ୍ଷ ଉପଲକ୍ଷେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ବ୍ଲକ ତଥା ନୂଆପଡା ଜିଲ୍ଲାର ଅଞ୍ଚଳର ଚାଷୀ ଭାଇ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.