centurian jitm

ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପ୍ରତିଷ୍ଠାନର ଦ୍ୱିତୀୟ ଇ-ପତ୍ରିକା “ପଦ୍ମସ୍ଥିତା”ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଦ୍ୱିତୀୟ ଇ-ପତ୍ରିକା “ପଦ୍ମସ୍ଥିତା”ର ଶୁଭ ଉନ୍ମୋଚନ ଉତ୍ସବ ଭରଚୁଆଲ ମୋଡ଼ରେ ଅତିଥିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଇ-ପତ୍ରିକାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବିତା, ଗଳ୍ପ ଏବଂ କୁନି କୁନି ପିଲାମାନଙ୍କ ଚିତ୍ରକଳାକୁ ସ୍ଥାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପରିବାରର ସଭାପତି ଜିତେନ୍ଦ୍ର ଗିରି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଜାଗୃତି ଲାଇଭ ମିଡ଼ିଆର ପ୍ରତିଷ୍ଠାତା ଆଗ୍ନିକ ବେହେରା ମହୋଦୟ ଏବଂ ସମ୍ପାଦିକା ଶ୍ରୀମତୀ ଲୁଇନ ଜେନା ମହୋଦୟା ସଭାର ଶୋଭା ମଣ୍ଡନ କରିଥିଲା । ବିଶେଷକରି ସାହିତ୍ୟର ଭୂମିକା କଣ ରହିଛି ତାହା ଅତିଥି ଦ୍ୱୟ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ଏବଂ ଯୁବ ପ୍ରତିଭା ଲିପୁନ ଦାସଙ୍କ ସ୍ୱାଗତ ସଙ୍ଗୀତ ସମସ୍ତଙ୍କୁ ଗୋଟେ ସୂତ୍ରରେ ବାନ୍ଧି ରଖିଥିଲା । ପରିଶେଷରେ ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପରିବାରର ଦୁଇ ମୁଖ୍ୟ ଉପଦେଷ୍ଟା ପ୍ରଦ୍ୟୁମ୍ନ କୁମାର ଚିହ୍ନରା ଏବଂ ପ୍ରତାପ କେଶରୀ ବେହେରାଙ୍କ ବକ୍ତବ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା ଏବଂ ସାହିତ୍ୟକୁ ସରସ ସୁନ୍ଦର କରି ଗଢ଼ି ତୋଳିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହିତ ଆମ ଅନୁଷ୍ଠାନର ସଭାପତି ଜିତେନ୍ଦ୍ର ଗିରିଙ୍କ ଅତିଥି ପରିଚୟ ପ୍ରଦାନ ଏବଂ ତାଙ୍କର ଅଭିଭାଷଣ ସମସ୍ତଙ୍କ ମନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ପରେ ସ୍ୱର୍ଗୀୟ ସୃଜନୀ ସାହିତ୍ୟ ଅନୁଷ୍ଠାନକୁ ସଦା ସର୍ବଦା ଆଗକୁ ନେବାକୁ ସବୁବେଳେ ନିଜର ଚେଷ୍ଟା ଜାରି ରଖିବା ପାଇଁ ଉପସଭାପତି ସୁଶ୍ରୀ ସ୍ନେହାଞ୍ଜଳି ସେଠୀ ସମସ୍ତଙ୍କ ନିକଟରେ ନିଜର ଅଭିଭାଷଣ ରଖିଥିଲେ ଏବଂ ପ୍ରତିଷ୍ଠାତା ସମ୍ପାଦିକା ସୁଶ୍ରୀ ଋତମ୍ଭରା ପତି ସ୍ୱର୍ଗୀୟ ସୃଜନୀର ଆଭିମୁଖ୍ୟ ଏବଂ ତାର ଉଦ୍ଦେଶ୍ୟ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ଓ ସହସମ୍ପାଦକ ଶ୍ରୀପାଲ ପଣ୍ଡା ନିଜର ଅଭିଭାଷଣରେ ସ୍ୱର୍ଗୀୟ ସୃଜନୀ ସାହିତ୍ୟ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହିତ ମିଶି ଆଗକୁ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିବାକୁ ନିଜର ଚେଷ୍ଟା ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ଭରଚୁଆଲ ମୋଡ଼ରେ ସ୍ବର୍ଗୀୟ ସୃଜନୀ ସାହିତ୍ୟ ଅନୁଷ୍ଠାନ ତରଫରୁ ଏକ ଚିତ୍ରକଳା ପ୍ରତିଯୋଗିତା ମଧ୍ୟ କିଛି ଦିନ ତଳେ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ସବୁ ଜିଲ୍ଲାରୁ କୁନି କୁନି ଚିତ୍ରଶିଳ୍ପୀ ମାନେ ଭାଗ ନେଇଥିଲେ ଏବଂ ସେଥିମଧ୍ୟରୁ ସୁଶ୍ରୀ ସୋମ୍ୟାମୟୀ ମେହେର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଶ୍ରୀ ଯୋଧା ରାଣୀ ପାଣ୍ଡେ ଦ୍ୱିତୀୟ ଏବଂ ସାଇଶକ୍ତି ଶିବାନନ୍ଦ ବେହେରା ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ଶେଷରେ ସ୍ୱର ସଂଯୋଜକ ସ୍ନେହାଶିଷ ତ୍ରିପାଠୀଙ୍କ ଭଜନ ଏବଂ ସୁଶ୍ରୀ କଳାବତୀ ଦେହୁରୀଙ୍କ ଭଜନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା ଶେଷରେ ବଲାଙ୍ଗିର ଜିଲ୍ଲା ସଂଯୋଜକ କୃଷ୍ଣେନ୍ଦୁ ହୋତାଙ୍କ ଭଜନ ମଧ୍ୟ କିଛି ସମୟ ପାଇଁ ସମସ୍ତଙ୍କୁ ଜଗନ୍ନାଥ ମୟ କରି ରଖିଥିଲା ଏବଂ କୋଷାଧ୍ୟକ୍ଷ ସରୋଜ ସାହୁଙ୍କ ବକ୍ତବ୍ୟ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । ପରିଶେଷରେ ପରିବାରର ସଦସ୍ୟ ଉତ୍କଳ କେଶରୀ ପାଣିଗ୍ରାହୀ, ନିହାରିକା ପ୍ରଧାନଙ୍କ ସହିତ ଅନ୍ୟମାନଙ୍କ ବକ୍ତବ୍ୟ ସେହି ସନ୍ଧ୍ୟାଟିକୁ ରଙ୍ଗାରଙ୍ଗ କରିବା ସହ ଏହି ସୁନ୍ଦର କାର୍ଯ୍ୟକ୍ରମକୁ ଆହୁରି ସରସ ସୁନ୍ଦର କରିଥିଲା । ପରିଶେଷରେ ସହ ସମ୍ପାଦକ ଏବଂ ସମ୍ପାଦିକାଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.