oom

ପୁଣି ଚମକିଲେ ବଲାଙ୍ଗିରର କୁନି ବ୍ୟାଡମିଣ୍ଟନ ଖେଳାଳି

jsmm
  • ରାଜ୍ୟ ରେକିଂ ପ୍ରତିଯୋଗିତାରେ ୯ ବର୍ଷରେ ସମର୍ଥ ଓ ୧୧ ବର୍ଷରେ ଗୌତମ ରାଜ୍ୟ ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୟନେକ୍ସ ସନ୍‌ରାଇଜ ଓଏସ୍‌ବିଏ ରାଜ୍ୟ ରେକିଂ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୯ ବର୍ଷ ଓ ୧୧ ବର୍ଷ ବୟସ ବର୍ଗରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘରୁ ପ୍ରତିନିଧିତ୍ୱ କରିଥିବା ଖେଳାଳି ସମର୍ଥ ପାଢୀ ଓ ଜି. ଗୌତମ ରାଜ୍ୟ ଚମ୍ପିୟାନ ହୋଇ ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତ । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଓ କଟକ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା କ୍ରାଇଷ୍ଟ କଲେଜ ଇନ୍‌ଡୋର ଷ୍ଟାଡିୟମଠାରେ ଗତ ୧୨ ତାରିଖରୁ ଅନୁଷ୍ଠିତ ହୋଇ ୧୪ ତାରିଖରେ ସମାପନ ହୋଇଥିଲା । ୯ ବର୍ଷରୁ କମ୍‌ ବର୍ଷ ବୟସ ବର୍ଗରେ ବଲାଙ୍ଗିର ଖେଳାଳି ସମର୍ଥ ପାଢୀ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ବାଲେଶ୍ୱର ଖେଳାଳି ହର୍ଷଙ୍କୁ ୨୧-୧୬ ଓ ୨୧-୭ ସିଧାସଳଖ ଦୁଇ ସେଟ୍‌ରେ ପରାଜିତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ଠିକ୍‌ ସେହି ପରି ଶୀର୍ଷ ମାନ୍ୟତା ଖେଳାଳି ଜି. ଗୌତମ ଭୁବନେଶ୍ୱର ଖୋର୍ଦ୍ଧାର ସଚିନ ସାହୁଙ୍କୁ ସିଧାସଳଖ ୨୧-୧୬ ଓ ୨୧-୧୦ରେ ପରାଜିତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ଖେଳାଳି ତଥା କୋଚ୍‌ ଅଭିମନ୍ୟୁ ବଗର୍ତ୍ତିଙ୍କ ତତ୍ତ୍ୱାବଧାନରେ ଏକ ୧୦ ଜଣିଆ ଟିମ୍‌ର ପ୍ରାୟ ସମସ୍ତ ଖେଳାଳି ଏହି ପ୍ରତିଯୋଗିତାରେ ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ବେଳେ ଏହି ଦୁଇ ଖେଳାଳି ନିଜ ନିଜ ବୟସ ବର୍ଗରେ ଚମ୍ପିୟାନ ହୋଇ ବଲାଙ୍ଗିରର ବ୍ୟାଡମିଣ୍ଟନ ଖେଳର ଶ୍ରେଷ୍ଠତ୍ୱକୁ ବଜାୟ ରଖିଛନ୍ତି । ଏମାନଙ୍କର ସଫଳତାରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, ସଂପାଦକ ସୁରୁଲାଲ ମଟାରୀ, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଅନନ୍ତ ବେହେରା, ମାନସ ମହାନ୍ତି, କବି ଠାକୁର, ସୁରେନ୍ଦ୍ର ନେପାଳ, ସିଧାର୍ଥ ମିଶ୍ର, ଆଶିଷ ଦର୍ଜି, ଅଜିତ ଶତପଥିଙ୍କ ସମେତ ସଂଘର କର୍ମକର୍ତ୍ତା ଓ ଖେଳାଳିମାନେ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.