ସାଂପ୍ରତିକ ସ୍ଥିତିରେ ଗୋଧନ ସୁରକ୍ଷା, ସେବା, ଯତ୍ନ ଓ ନବ୍ୟ ମାନବବାଦ ଉପରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜିଲ୍ଲା ଯାଦବ ଭବନ ବଲାଙ୍ଗିରଠାରେ ଅପରାହ୍ନ ୩ଟା ସମୟରେ ୟାଫ୍‌ (ୟୁଥ ଏକଟିଭିଷ୍ଟ ଫୋରମ) ଦ୍ୱାରା ପରଚାଳିତ ଶ୍ରୀ ସୁରଭି ଗୋ ସେବା ଧାମର ଉନ୍ନତି ନିମନ୍ତେ ଏକ ଆଲୋଚନା ଚକ୍ରରେ ତ୍ରିଲୋଚନ ମେହେରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ସନାତନ ଦେବତା ସ୍ୱାଗତ ଭାଷଣ ଦେଇଥିଲେ ଓ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଆଲୋଚନା ଚକ୍ରରେ ସାଂପ୍ରତିକ ପରିସ୍ଥିତିରେ ଗୋଧନ ଓ ପଶୁଧନର ବିକାଶ, ସୁରକ୍ଷା ଓ ଯତ୍ନ ଏବଂ ବୁଲା ଗୋ ବଂଶଙ୍କ ଥଇଥାନ ତଥା ନବ୍ୟ ମାନବିକତା ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ବକ୍ତା ହିସାବରେ ରାମଚନ୍ଦ୍ର ବିଶ୍ୱାଳ, କେଦାର ନନ୍ଦ, ସିଦ୍ଧେଶ୍ଵର ମିଶ୍ର, ସିଦ୍ଧେଶ୍ଵର ପାଣିଗ୍ରାହୀ, ଅଶ୍ୱିନୀ ପଟେଲ, ସରୋଜ ଷଡଙ୍ଗୀ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବରେ ଓଡିଶା ଗୋ ଗ୍ରାମର ଅଧ୍ୟକ୍ଷ ପ୍ରଦୀପ୍ତ ତ୍ରିପାଠୀ ଗୋ ମାହାତ୍ମ୍ୟ ଓ ଗୋ ବିଜ୍ଞାନ ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସରୋଜ କୁମାର ମେଶ୍ୱା, କପିଳାସ ମହାକୁର, ନୀଳମଣି ଯୋଷୀ, ଭକ୍ତ ଚନ୍ଦ୍ରୀୟା, ସରୋଜ ଦୋରା, ଭାଗ୍ୟବାନ ସାହୁ, ନରେଶ ବାଗ, ସୁମନ୍ତ ମେହେର, ବାସନ୍ତୀ ଜେନା, ଫିରୋଜ ବିବି, ସଞ୍ଜୁ ନାଏକ, ବାନାରି ଆଚାର୍ଯ୍ୟ, ସରସ୍ୱତୀ ସାହୁ, ମଞ୍ଜରୀ ପଟେଲ, ବଳରାମ ମିଶ୍ର ଓ ସ୍ପନ୍ଦିତା ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.