jayashree

ଏମ୍‌ବିକେମାନଙ୍କ ତାଲିମ ଶିବିର ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ କାମ କରୁଥିବା ଦକ୍ଷ ନଥିପତ୍ର ପରିଚାଳିକା(ଏମ୍‌ବିକେ)ମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ସଶକ୍ତ କରିବା ପାଇଁ ଓକାକ୍‌ର ସହାୟତାରେ ଚାଲିଥିବା ଏକ ମାସିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଓକାକ୍‌ର ତାଲିମ ସହଯୋଗୀ ଓକେସିଏଲ୍‌ର ଗଞ୍ଜାମ ଜିଲ୍ଲାରେ ଥିବା ୨୭ଟି ତାଲିମ କେନ୍ଦ୍ରରେ ଜିଲ୍ଲାର ୨୨ଟି ବ୍ଳକରେ କାର୍ଯ୍ୟରତ ୪୦୯ ଜଣ ଏମ୍‌ବିକେଙ୍କୁ ତାଲିମ କାର୍ଯ୍ୟକ୍ରମ ଚାଲୁଥିଲା । ଗୁରୁବାର ଦିନ ଛତ୍ରପୁର ବ୍ଳକର ତାଲିମ କେନ୍ଦ୍ର ତାଡେପଲ୍ଲୀ ସାହିସ୍ଥିତ ରେଖାସ୍ ଡିଜିଟାଲ ଏଜୁକେସନ ପରିସରରେ ଆୟୋଜିତ ସମାପନ କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଛତ୍ରପୁର ବ୍ଳକ ପ୍ରକଳ୍ପ ପରିଚାଳିକା(ବିପିଏମ୍‌) ମାନସୀ ବେହେରା ଓ ବିପିସି ସନାତନ ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପକୁ ସଫଳତାର ସହ ରୂପାୟନ ପାଇଁ ଓକେସିଏଲ୍‌ ପକ୍ଷରୁ କରାଯାଇଥିବା ପ୍ରୟାସର ପ୍ରଶଂସା କରିଥିଲେ । ରେଖାସ ଡିଜିଟାଲ ଏଜୁକେସନର ଅନ୍ୟତମ ନିର୍ଦ୍ଦେଶକ ଶ୍ରୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ଏମ୍‌ବିକେମାନେ ନିଜ ନିଜ ତାଲିମ ଅଭିଜ୍ଞତା ଜଣାଇଥିଲେ । ସୁଜାତା ବେହେରା ଓ ତେଜସ୍ୱୀନି ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave A Reply

Your email address will not be published.