ରାଉରକେଲା, (ସସ୍ମିତା ପ୍ରଧାନ) : କ୍ଲିନ୍ ଓ ଗ୍ରୀନ୍ ତାର ସାମାଜିକ ଉନ୍ନତି ତଥା ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଜରିଆରେ ରାଉରକେଲା ସହରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୄଷ୍ଟି କରିଛି । ଏହି କ୍ରମରେ ସପ୍ତାହାନ୍ତ କାର୍ଯ୍ୟକ୍ରମ କାର୍ଯ୍ୟସୂଚୀ ଅନୁସାରେ ଆଜି ଏକ ନିଆରା କାର୍ଯ୍ୟ ହାତକୁ ନିଆଯାଇଥିଲା । ପିକ୍ନିକ୍ ଋତୁ ସମୟରେ ସେକ୍ଟର ୯ରେ ଥିବା ଲୁଗୁନ ପାର୍କ ଉପରେ ସାରା ସହରର ଲୋକମାନେ ନିର୍ଭର କରିଥାଆନ୍ତି । ସାଧାରଣ ଜନତା ପିକ୍ନିକ୍ କରିବା ସମୟରେ ସେଠାର ଅସ୍ୱସ୍ଥିକର ପରିବେଶ ଓ ଗାଡିମଟର ରଖିବା ସ୍ଥାନର ଅଭାବକୁ ଅନୁଭୂତ କରୁଥିଲେ । ସେହିକ୍ରମରେ ସଂସ୍ଥାର ସଦସ୍ୟମାନେ ସଂପାଦକ ପି. କେ. ଦାସ ଓ ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀଙ୍କ ନେତୄତ୍ୱରେ ସେଠାରେ ଥିବା ରାସ୍ତାର ଦୁଇପାର୍ଶ୍ୱର ଅନାବନା ଗୁଳ୍ମଲତା ସବୁ ସଫା କରି ଗାଡି ରଖିବାର ସ୍ଥାନ ପ୍ରସ୍ତୁତ କରିଥିଲେ । ସଂସ୍ଥାର ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିଲା । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି ।
Next Post