csstore

ଜାତିଆଣ କେସ ମାମଲାରେ ବିଜେପି ନେତା ନିର୍ଦ୍ଦୋଶରେ ଖଲାସ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଜେପି ନେତା ଜାତିଆଣ କେସ ମାମଲାରେ ଶନିବାର ନିର୍ଦ୍ଦୋଶରେ ଖଲାସ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତ ୨୦୧୬ ମସିହାରେ ତୁରେକେଲା ଥାନା ଖୁଟୁଲୁମୁଣ୍ଡା ଗ୍ରାମର ଖେଲନ୍ତି ସମରଥ, ବିଜେପି ନେତା ଲକ୍ଷ୍ମଣ ବାଗ ଓ ଅନ୍ୟ ସାଥୀ ତଥା କଂଟାବାଂଜିର ତତ୍‌କାଳୀନ ରେଂଜର ଓ ଫରେଷ୍ଟରଙ୍କ ବିରୁଦ୍ଧରେ ତୁରେକେଲା ଥାନାରେ ଏକ ଅଭିଯୋଗ କରିଥିଲେ । ତୁରେକେଲା ପୋଲିସ ତଦନ୍ତ ପରେ ଜାତିଆଣ ନିର୍ଯ୍ୟାତନା ଦଫା ୩ ଏସ୍‌ଏସ୍‌ଟି(ପିଏ) ଏକ୍ଟ ଦଫା ୩୨୩/୩୪୧/୫୦୬ ଦଫାରେ ମାମଲା ରୁଜୁ ହୋଇଥିଲା ଯାହା ସ୍ୱତନ୍ତ୍ର ଜଜ୍‌ଙ୍କ କୋର୍ଟରେ ଦାଏର କରିଥିଲେ । ମାନ୍ୟବର ଅଦାଲତ କଂଟାବାଂଜି ଏ.ଡି.ଜେ. ହିମାଂଶୁ ମଲ୍ଲିକ ୧୩ ଜଣ ସାକ୍ଷ୍ୟଙ୍କ ବୟାନକୁ ତର୍ଜମା କରି ବିଜେପି ନେତା ବାଗ ଓ ଅନ୍ୟମାନଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିବା ଶନିବାର ଦିନ ଜଣାପଡିଛି । ପ୍ରକାଶ ଥାଉ ଯେ ଉକ୍ତ ଘଟଣାକୁ ଭିତ୍ତିକରି ସେତେବେଳେ ବିଜେପି ନେତା ବାଗଙ୍କୁ ଜାତୀୟ ନିରାପତ୍ତା ଆଇନରେ ଅଟକ ରଖିଥିଲେ କିନ୍ତୁ ମାନ୍ୟବର ହାଇକୋର୍ଟ ନିରାପତ୍ତା ଆଇନ ଅଟକ ଆଦେଶକୁ ରଦ୍ଧ କରି ବେଆଇନ ଅଟକ ପାଇଁ ଲକ୍ଷ୍ମଣ ବାଗଙ୍କୁ କ୍ଷତି ପୁରଣ ବାବଦକୁ ଆଦେଶ ଦେଇଥିବା ଜଣାପଡିଛି । ଏହି ମାମଲାକୁ ଲକ୍ଷ୍ମଣ ବାଗଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା ପରିଚାଳନା କରୁଥିଲେ ।

jayashree
Leave A Reply

Your email address will not be published.