୨୭ରେ ସମ୍ବଲପୁର ସମଲେଇ ପ୍ରକଳ୍ପ ଉଦ୍‌ଘାଟନ ନିମନ୍ତେ ଆଜିଠୁ ଦେବ ନିମନ୍ତ୍ରଣ ପର୍ବ ଆରମ୍ଭ

ସମ୍ବଲପୁର : ସମ୍ବଲପୁର ସମଲେଇ ପ୍ରକଳ୍ପ ଆସନ୍ତା ୨୭ ତାରିଖରେ ଉଦ୍‌ଘାଟିତ ହେବ । ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ ପର୍ବ । ସେପଟେ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ଖବର ଅନୁଯାୟୀ ସକାଳ ୬ ଘଟିକା ସମୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ପୂଜକଙ୍କ ଦ୍ଵାରା ମା’ ସମଲେଶ୍ଵରୀଙ୍କ ପାଖରେ ପୂଜାର୍ଚ୍ଚନା କରି ସମଲେଇ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ନିମନ୍ତେ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି । ପ୍ରଥମେ ମା’ ପାଟଣେଶ୍ୱରୀ, ମା’ ଦଶମତି, ମା’ ବାଟମଙ୍ଗଳା ଓ ବାବା ସୋମନାଥ ଦେବଙ୍କ ଶ୍ରୀ ଚରଣରେ ନିମନ୍ତ୍ରଣ କରାଯିବ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଏହି ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.