jayashree

ବଲାଙ୍ଗିରରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ : ଯାତ୍ରୀ ହନ୍ତସନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ୍‌ ଆଇନକୁ ନେଇ ବଢୁଛି ବିରୋଧ । ଏନେଇ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଏହି କ୍ରମରେ ବଲାଙ୍ଗିରରେ ରାଜରାସ୍ତାକୁ ଓହ୍ଲାଇଛି ଡ୍ରାଇଭର ସଂଘ । ଆଜିଠୁ ଅର୍ଥାତ୍‌ ଶୁକ୍ରବାର ଦିନରୁ ବଲାଙ୍ଗିରରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି । ଯେଉଁ କାରଣରୁ ସହରରେ ଗାଡି ଚଳାଚଳ ପୁରାପୁରି ଠପ୍ ହୋଇଯାଇଛି । ବସ୍ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବା ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ଆଜି ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ସହରରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନରେ ବଲାଙ୍ଗିର ଘରୋଇ ବସ ଡ୍ରାଇଭର ଓ ଟ୍ୟାକ୍ସି ଡ୍ରାଇଭରମାନେ ମଧ୍ୟ ସାମିଲ ହୋଇଛନ୍ତି । ଫଳରେ ଯାତାୟତ ଠପ୍ ଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହେଉଥିବା ଦେଖାଯାଇଛି ।

Leave A Reply

Your email address will not be published.