ବାଙ୍ଗିରିପୋଷି ଘାଟି ଉପରେ ଟ୍ୟାଙ୍କର-ଟ୍ରକ୍ ଧକ୍କା

ବାରିପଦା : ଆଜି ସକାଳୁ ୪୯ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ବାଙ୍ଗିରିପୋଷି ଘାଟି ଉପରେ ଘଟିଛି ଏହି ଦୁର୍ଘଟଣା । ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ତେଲ ଟ୍ୟାଙ୍କର ଜଳିଯିବା ସହ ଟ୍ୟାଙ୍କର ଡ୍ରାଇଭର ବି ଜଳିଯାଇଛନ୍ତି । ତେବେ ଅନ୍ୟ ଏକ ଟ୍ରକ୍ ଡ୍ରାଇଭର ଚାପି ହୋଇ ରହିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି । ଘଟଣା ସ୍ଥଳରେ ବାଙ୍ଗିରିପୋଷି ଥାନା ପୋଲିସର ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ବାଙ୍ଗିରିପୋଷି ଘାଟିରେ ସକାଳୁ ଟ୍ୟାଙ୍କର-ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ, ଉଭୟ ଗାଡି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲେ । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜଣଙ୍କ ଜଳିଯାଇଥିଲେ ।

Leave A Reply

Your email address will not be published.