ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ତରଫରୁ ଓବିସି ମଞ୍ଚ କାର୍ଯ୍ୟାଳୟଠାରେ ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସମାଜ ସୁଧାରିକା ତଥା ମରାଠୀ କବୟିତ୍ରୀ ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟ ଓବିସି ମଞ୍ଚର ସଭାପତି ଶଙ୍କର ପାତ୍ରଙ୍କ ସଭାପତିରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା । ସାବିତ୍ରୀ ବାଇ ଫୁଲେଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପରେ ସମସ୍ତ କର୍ମକର୍ତ୍ତା ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ରାଜ୍ୟ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ ଜିଲ୍ଲା ଓବିସି ମଞ୍ଚ ଉପସଭାପତି କିଶୋର ଚନ୍ଦ୍ର ସାଏ, ବରିଷ୍ଠ ଓକିଲ ଟଙ୍କଧର ଗଡତିଆ, ନବସେତୁର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ଵାଲ, ରାଜେଶ ବଗର୍ତ୍ତୀ, ନରେଶ ବାଗ ଜିଲ୍ଲା ଓବିସି ମଞ୍ଚ ସଂଯୋଜକ ସରୋଜ କୁମାର ମେଶ୍ଵା, ଭକ୍ତ ଛତ୍ରିଆ, ଶ୍ରୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ସରୋଜ କୁମାର ମେଶ୍ଵା ସଭା ସଂଯୋଜନା କରିଥିବା ବେଳେ, ରାଜେଶ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.