ଦେବଙ୍ଗ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

  • ଫାଇନାଲରେ ଘୁଷୁରାମୁଣ୍ଡାକୁ ୫-୪ ଗୋଲରେ ହରାଇ ଖଲିଆଖମାର ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଂଚାୟତ ଦେବଙ୍ଗ ଗ୍ରାମର ମିନି ଷ୍ଟାଡିଅମ ଖେଳ ପଡିଆଠାରେ ଚାଲିଥିବା ୧୨ତମ ନିଶାମଣି ଭୋଇ ସ୍ମାରକ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଫାଇନାଲରେ ଘୁଷୁରାମୁଣ୍ଡା ଦଳକୁ ୫-୪ ଟ୍ରାଇବ୍ରେକର ଗୋଲ୍ ଯୋଗେ ପରାସ୍ତ କରି ଖଲିଆଖମାର ଦଳ ଚଳିତ ବର୍ଷ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲେ । ଫଳରେ ଟ୍ରାଇବ୍ରେକରରେ ଖଲିଆଖମାର ଦଳ ଚମ୍ପିୟାନ ହୋଇଥିଲା । ଦେବଙ୍ଗ ନିଶାମଣି ଭୋଇ ଫୁଟବଲ ଆସୋସିଏସନ୍‌ ଆନୁକୂଲ୍ୟରେ ଗତ ଡ଼ିସେମ୍ବର ୨୧ତାରିଖ ଠାରୁ ୦୩ ଜାନୁୟାରୀ ପର୍ଯ୍ୟନ୍ତ ୧୬ ଗୋଟି ଦଳକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ହାଜି ମହମ୍ମଦ ଆୟୁବ୍ ଖାଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଶେଷଜ୍ଞ ଡ଼ାକ୍ତର ତଥା ସମାଜସେବୀ ଅମଜାଦ ଖାଁ, ପତ୍ରାପାଲି(କ) ସମିତି ସଭ୍ୟ ସନ୍ୟାସୀ ପୁଟେଲ, ରାଜ୍ୟସଭା ସାଂସଦ ପ୍ରତିନିଧି ସିଦ୍ଧେଶ୍ୱର ଦାସ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଡ. ନାରାୟଣ ମିଶ୍ର, ଜିଲ୍ଲା ବିଜେଡ଼ି ଯୁବ ସମ୍ପାଦକ ଦେବରାଜ ଯାଦବ, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ହୁଲେଶ୍ୱର ହଂସ, ଯୁବ ସାମ୍ବାଦିକ ଶଙ୍କର ଧଙ୍ଗଡାମାଝୀ, ଶିକ୍ଷକ ବିଶ୍ବନାଥ ସାହୁ, ଗଣାଦୀପ ଦାସ, ସଂଜିତ ପଟ୍ଟନାୟକ, ଟିମ୍‌ ମ୍ୟାନେଜର ତଥା ଶିକ୍ଷକ ନେତ୍ରମଣି ଭୋଇ ଓ ଖେଳ ଶିକ୍ଷକ ବୀରେନ୍ଦ୍ର ଖଟୁଆ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।ଚମ୍ପିୟାନ ଖଲିଆଖମାର ଦଳକୁ ଟ୍ରଫି ସହ ୭୭୭୭ଟଙ୍କା ଓ ରନର୍ସ ଅପ ଘୁଷୁରାମୁଣ୍ଡା ଦଳକୁ ଟ୍ରଫି ସହ ୫୫୫୫ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଖେଳ ପରିଚାଳନା ରେଫରୀ ବିବଚ୍ଛ ମାଝୀ, ନବୀନ ସରାଫ, ବୈଷ୍ଣବ ତାଣ୍ଡି ଓ ନୀତେଶ ମାଝୀ କରିଥିଲେ । ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ଖଲିଆଖମାର ଦଳର ରାଜୁ ଓ ବେଷ୍ଟ ଡିଫେନ୍ସ ବିଜୁ ତଥା ଶ୍ରେଷ୍ଠ ଗୋଲକିପର ରୂପେ ଘୁଷୁରାମୁଣ୍ଡା ଦଳର ଖେଳାଳୀଙ୍କୁ ପୁରସ୍କୃତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ଆୟୋଜକ କମିଟି ସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଗଣାଦୀପ ଦାସ, ଟିମ୍‌ ମ୍ୟାନେଜର ନେତ୍ରମଣୀ ଭୋଇଙ୍କ ନେତୃତ୍ୱରେ ଜିତେନ୍ ବାଗ, ଲିଙ୍ଗରାଜ ଭୋଇ, ଦୋଳମଣୀ ଦାସ, ଅଶୋକ ଦୀପ, ଜନ୍ମେଜୟ ଭୋଇ, ରଞ୍ଜନ ଭୋଇ, ପ୍ରବୀଣ ଭୋଇ, ସହିଦ ମହମ୍ମଦ, ସୁଧାଂଶୁ ଭୋଇ, ଚୂଡ଼ାମଣି ଭୋଇ, ସାମନ୍ତ ଭୋଇ, ମୋହନ ନେଓରା, ଲୁକେଶ୍ୱର ପୁଟେଲ ପ୍ରମୁଖ ସହଯୋଗ କରୁଥିବା ବେଳେ ଦୋଳମଣୀ ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ । ପୂର୍ବରୁ ଗ୍ରାମରୁ ଏକ ଶୋଭାଯାତ୍ରାରେ ଗ୍ରାମବାସୀ ଟ୍ରଫି ଧରି ଖେଳପଡିଆ ପର୍ଯ୍ୟନ୍ତ ଆସିଥିଲେ । ଖେଳ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିବା ବେଳେ ଏଥିରେ ସମସ୍ତ ଦେବଙ୍ଗ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ ।

Leave A Reply

Your email address will not be published.