କୋଶଲି ମାଲି ସମାଜ ଦ୍ୱାରା ଜିଲ୍ଲାସ୍ତରୀୟ ସାବିତ୍ରୀ ବାଈ ଫୁଲେଙ୍କ ୧୯୩ତମ ଜନ୍ମ ଜୟନ୍ତୀ ପାଳିତ

  • ସମାଜର କୁସଂସ୍କାର ଦୂର କରିବା ସହିତ ନାରୀ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିଠାରେ କୋଶଲି ମାଲି ସମାଜ ଦ୍ୱାରା ଆଜି ଜିଲ୍ଲାସ୍ତରୀୟ ସାବିତ୍ରୀ ବାଈ ଫୁଲେଙ୍କ ୧୯୩ତମ ଜନ୍ମ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ପଡୋଶୀ ନୂଆପଡା, କଳାହାଣ୍ଡି, ବରଗଡ ଓ ସୋନପୁର ଜିଲ୍ଲାରୁ ମଧ୍ୟ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସମାଜ ଦ୍ୱାରା ପ୍ରଥମେ ହେମାଲ ସଂଘ ଭବନରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା । ଏଥିରେ ମହିଳା, ପୁରୁଷ, ଯୁବତୀ, ଯୁବକମାନେ ସାମିଲ ହୋଇଥିଲେ । ନଗର ପରିକ୍ରମା ପରେ ଏକ ବିଶାଲ ସଭା ଅନୁଷ୍ଟିତ ହୋଇଥିଲା । ସଭାରେ ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବାସୁଦେବ ମାର୍ଥା(ରାଜ୍ୟ ସଭାପତି), ଦାରସିଂ ପୁଟେଲ(ରାଜ୍ୟ ଉପସଭାପତି), ଅନିରୁଦ୍ଧ କରୁକୁରିଆ(ରାଜ୍ୟ ସଂପାଦକ), ତପିମଣୀ ପଟେଲ (ରାଜ୍ୟ ସହ ସଂପାଦକ), ତ୍ରିପାଠି ପଟେଲ (ଜିଲ୍ଲା ସଂପାଦକ), ଖଗେଶ୍ୱର ପୁଟେଲ(ରାୟଗଡା ଜିଲ୍ଲା ସଭାପତି), ଯୁବରାଜ ପୁଟେଲ (ନୂଆପଡା ଜିଲ୍ଲା ସଭାପତି), ଜଗବନ୍ଧୁ ପୁଟେଲ(ରାଜ୍ୟ ଉପଦେଷ୍ଟା), ଶେଷଦେବ ପୁଟେଲ(ରାଜ୍ୟ ଆଇନ ପରାମର୍ଶଦାତା), ପରମାନନ୍ଦ ପଟେଲ(କଂଟାବାଂଜି ସଂପାଦକ) ସହ ବିଭିନ୍ନ ଅନ୍ୟ କର୍ମକର୍ତା ମଂଚାଶିନ ଥିଲେ । ଏହି ଅବସରରେ ମଂଚାଶିନ ଅତିଥୀମାନେ ସମାଜର କୁସଂସ୍କାର ଦୂର କରିବା ସହିତ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ନାରୀ ଶିକ୍ଷା ଦ୍ୱାରା ହିଁ ପ୍ରତ୍ୟେକ ସମାଜର ଉନ୍ନତି ସମ୍ଭବ ବୋଲି କହିଥିଲେ । ସାବିତ୍ରୀ ବାଈ ଫୁଲେ ପରାଧିନ ଭାରତର ପ୍ରଥମ ମହିଳା ଶିକ୍ଷାବିଦ୍‌ ହୋଇଥିବା ବେଳେ ପ୍ରଥମ ମହିଳା ଶିକ୍ଷୟତ୍ରୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ହିଁ ମାଲି ସମାଜର ଉନ୍ନତି ସମ୍ଭବ ବୋଲି ବକ୍ତାମାନେ ନିଜ ନିଜ ମତ ଦେଇଥିଲେ । ଏହି ଜୟନ୍ତି ପାଳନ ଅବସରରେ ମାଲି ସମାଜର ଅନେକ ଯୁବତୀ, ଯୁବକ ସ୍ୱଇଛାରେ ଏକ ରକ୍ତଦାନ ଶିବିର ହେମାଲ ସଂଘ ଭବନରେ କରିଥିଲେ । ଏହି ଅବସରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ରକ୍ତ ଦାନ ଶିବିରକୁ କଂଟାବାଂଜି ବିଜୁ ପଟ୍ଟନାୟକ ରେଡକ୍ରସ ରକ୍ତ ଭଣ୍ଡାରର ଶିବ ସାହୁ, ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା, କୁଣାଲ ଦାସ ଏବଂ ଗଜପାତି ବେହେରା ଟେକ୍ନିସିଆୟନଙ୍କ ସହଯୋଗରେ ରକ୍ତ ସଂଗ୍ରହ ହୋଇଥିଲା । ସାଧାରଣ ସଭା ପରେ ମାଲି ସମାଜର ଯୁବତୀ, ଯୁବକ ଏବଂ ଛୋଟ ଛୋଟ କୁନି ପୁଅ ଝିଅମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମଟିକୁ ରାତି ଯାଏ ଉପଭୋଗ କରିଥିଲେ ।

Leave A Reply

Your email address will not be published.