csstore

ମେଣ୍ଡା ୪୧ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସରଗାଡ ଦଳକୁ ହରାଇ ଅର୍ଡା ଦଳ ଚମ୍ପିୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ହାଇସ୍କୁଲ ପଡିଆରେ ମେଣ୍ଡା ସ୍ପୋଟିଙ୍ଗ୍‌ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୪୧ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟର ହୋଇଥିବା ଫାଇନାଲ ମ୍ୟାଚରେ ସରଗାଡ ଦଳକୁ ହରାଇ ଅର୍ଡା ଦଳ ବିଜୟୀ ହୋଇ ଟ୍ରଫି ସହ ୧୫୦୦୦ ନଗଦ ରାଶି ହାସଲ କରିଛି । ପ୍ରଥମେ ଅର୍ଡା ଦଳ ବ୍ୟାଟିଙ୍ଗ କରି ୧୦ ଓଭରରେ ୧୧୧ ରନ ସଂଗ୍ରହ କରିଥିଲେ ବଦଳରେ ସରଗାଡ ଦଳ ୧୦ ଓଭରରେ ୧୦୬ ରନ ରନ ସଂଗ୍ରହ କରିପାରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମେଣ୍ଡା ଫାଣ୍ଡି ଅଧିକାରୀ ରବିନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିନୋଦ ଟାଲି, ଯୋଗିନ୍ଦ୍ର ଝାଙ୍କର, ନିଧି ରାଉତ, ଅକ୍ଷୟ ସାହୁ, ସୁରୁବାବୁ ଜେନା ଯୋଗ ଦେଇଥିଲେ । ମହାଦେବ ଜେନା, ଆର୍ତ୍ତତ୍ରାଣ ରାଉତ, ସହଦେବ କର୍ଣ୍ଣ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ବିଶ୍ୱ ରଂଜନ ଦଳବେହେରା ଓ ପିଙ୍କୁ ହାତୀ ଖେଳ ପରିଚାଳନା କରିଥିଲେ । ଧାରା ବିବରଣୀ ନରେନ୍ଦ୍ର ଝାଙ୍କର ପ୍ରଦାନ କରିଥିବା ବେଳେ ଅଂଶ ପୂଜାହାରୀ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ । ଅନ୍ତର, ପିଙ୍କୁ, ପିଣ୍ଟୁ, ମନ, ସୁରଜ, ସୁନୀଳ, ବିଭୁତି, ଜିତ, ଶୁଭମ, ବିଶି, ରାହୁଲ, ଗୋବର, ସଂଜୀବ, ଚନ୍ଦ୍ର, ଅବିନାଶ, ଅପୁ, ଜାଚୁ ଇତ୍ୟାଦି ସହଯୋଗ କରିଥିଲେ । ଧିରେନ୍ଦ୍ର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.