ସିରଜିନା ସାହିତ୍ୟ ଓ ସାଂସ୍କୃତିକ ମହୋତ୍ସବର ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ସିରଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ମହୋତ୍ସବର ଏକ ବୈଠକ ସ୍ଥାନୀୟ ମୁକ୍ତା ମଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ନିମ୍ନ ସୂଚନା ପ୍ରଦାନ କରିଥିଲେ । ଜାନୁଆରୀ ୨୮ ତାରିଖରେ କଳାଗ୍ରାମ ଭେଉଁରିଆରେ ଏହି କାର୍ଯ୍ୟକ୍ରମ କରାଯିବ । ଏହି ଅବସରରେ ସାହିତ୍ୟ ଓ ସଂସ୍କୃତିରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । କବିତା ପାଠୋତ୍ସବ ସମ୍ବଲପୁରୀ ନୃତ୍ୟ ସଂଚାର ନୃତ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ଶେଷରେ ଡ଼ଃ ଅବନୀ କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଖଣ୍ଡଳ ଦାଶ, ଆଦିତ୍ୟ ପ୍ରସାଦ ରଥ, ସୁଶ୍ରୀ ଜିତେଶ୍ୱରୀ ଦାଶ, କପାଟ ବାବୁ, ମୁଣ୍ଡ ବାବୁ ଯୋଗ ଦେଇଥିଲେ । ଆସନ୍ତା ୧୫ ତାରିଖରେ ସୂର୍ୟ୍ୟନଗରସ୍ଥିତ ସତ୍‌ସଙ୍ଗ କେନ୍ଦ୍ରରେ ମକର ମିଳନ କରାଯିବ ।

Leave A Reply

Your email address will not be published.