ବଲାଙ୍ଗିର ଜିଲ୍ଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କାମିୟା ଯାନୀ ବିବାଦକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କାମିୟା ଯାନୀ ବିବାଦକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ, କାମିୟା ଯାନୀଙ୍କୁ ପୁରୀ ଜଗନ୍ନାଥ ଧାମ୍‌ରେ ପ୍ରବେଶ କରିବା ପାଇଁ ଅନୁମତି ଦେଇ ରାଜ୍ୟ ସରକାର ହିନ୍ଦୁ ସଂସ୍କୃତି ପ୍ରତି କୁଠାରାଘାତ କରିଛନ୍ତି । ଗୋମାଂସ ସହ ସଂଶ୍ଲିଷ୍ଟତା ନେଇ କାମିୟା ଯାନୀଙ୍କ ପୋଷ୍ଟିଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହା ହିନ୍ଦୁ ଧର୍ମକୁ ବିଶେଷ ଆଘାତ ଦେଇଥିବା ଅଭିଯୋଗ କରାଯାଇଛି । ଏହି ଗଣ ବିକ୍ଷୋଭରେ ବଜରଙ୍ଗ ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ମିଶ୍ର ଓ ବଜରଙ୍ଗ ଦଳର କର୍ମକର୍ତ୍ତା ବୃନ୍ଦ, ବିଜେପିର ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ, ପଙ୍କଜିନୀ ପଣ୍ଡା, ସରସ୍ୱତୀ ନନ୍ଦଙ୍କ ସହ ବହୁ ବଲାଙ୍ଗିର ଜିଲ୍ଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର କର୍ମକର୍ତ୍ତାମାନେ ସାମିଲ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.