pr

ରାଜ ବୈଦ୍ୟ ପରିବାରର ସାହିତ୍ୟ ସମ୍ରାଟ ଉପାଧି ପ୍ରଦାନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୌରୀ ଶଙ୍କର ରାୟ ଟାଉନ୍ ହଲ୍‌ କଟକ”ଠାରେ ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ସର୍ବୋଚ୍ଚ ସମ୍ମାନ ଓଡ଼ିଆ ଭାଷା ସାହିତ୍ୟର ସର୍ବ ବୃହତ୍ ସାହିତ୍ୟ ସଙ୍କଳନ “ମନସ୍ୱିନୀ”ର ପ୍ରାଣ ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ କବି ସାରଥି ଡ. ଗିରିଜା ଶଙ୍କର ଶ୍ରୀ ଚନ୍ଦନ ମହାପାତ୍ରଙ୍କୁ “ସାହିତ୍ୟ ସମ୍ରାଟ” ଉପାଧି ପ୍ରଦାନ କରିଛନ୍ତି । ଅନୁଷ୍ଠାନର ସମ୍ମାନନୀୟ ଉପ-ସଭାପତି ବୈଦ୍ୟ ଶିରୋମଣି ଝସକେତନ ଗୁରୁ, ସମ୍ପାଦକ କବିଶ୍ରୀ ନବକିଶୋର ବେହେରା, ଯୁଗ୍ମ ସମ୍ପାଦକ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା, କୋଷାଧ୍ୟକ୍ଷ ରମାକାନ୍ତ ସାହୁ, ବରିଷ୍ଠ ସଦସ୍ୟ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପ୍ରଧାନୀ ଓ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ପରିଷଦର ସ୍ୱତନ୍ତ୍ର ପରିଚୟ ପତ୍ର ସହିତ ଏହି ସମ୍ମାନ ପ୍ରଦାନ କରିଛନ୍ତି । ମଞ୍ଚରେ ଉପସ୍ଥିତ ଥିଲେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି କବି ତଥା ପୂର୍ବତନ ସାଂସଦ ଡ.ପ୍ରସନ୍ନ କୁମାର ପାଟ୍ଟଶାଣୀ, ସହଦେବ ସାହୁ, ମନସ୍ୱିନୀର ସଭାପତି ଡ. ପ୍ରମୋଦ କୁମାର ମିଶ୍ର ଓ ବହୁ ବିଶିଷ୍ଟ ବର ପୁତ୍ର ।

nrusinghnath
Leave A Reply

Your email address will not be published.