ରକ୍ତ ସଂଗ୍ରହର ବ୍ରତୀ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ : ୭୦ ୟୁନିଟ ସଂଗୃହୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନସଂଖ୍ୟା ଦୃଷ୍ଟିରୁ ରକ୍ତର ଅଭାବ ସବୁବେଳେ ରହିଛି । ଗରିବ, ଅସହାୟ, ଦୁଃଖୀ, ଦରିଦ୍ର, ପ୍ରସୂତି ମହିଳା ଓ ଶିଶୁ ତଥା ଦୁର୍ଘଟଣାଗ୍ରସ୍ତଙ୍କ ଜରୁରୀ ସମୟରେ ରକ୍ତର ଆବଶ୍ୟକ ପଡ଼ୁଥିବା ବେଳେ ରକ୍ତ ଅଭାବରୁ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରକ୍ତ ଅଭାବକୁ ଅଙ୍ଗେ ନିଭେଇଥିଲେ ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଲଲିତ ନାୟକ । ତାଙ୍କ ଦ୍ୱାରା ପ୍ରେରିତ ହୋଇ ଯୁବ ସମାଜସେବୀ ତଥା ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଓ ତାଙ୍କ ଦଳବଳ ଏହି ରକ୍ତ ସଂଗ୍ରହରେ ବ୍ରତୀ । ବର୍ଷର ବିଭିନ୍ନ ଦିବସରେ ରକ୍ତ ସଂଗ୍ରହ ଅଭିଯାନକୁ ବ୍ୟାପକ କରିଥିବା ବେଳେ ଆଜି ସ୍ଥାନୀୟ କଲେଜ ଛକସ୍ଥିତ କଲ୍ୟାଣ ମଣ୍ଡପରେ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଆତ୍ମନିର୍ଭରଶୀଳ ଫଳ ବିକାଳୀ ମହିଳା ହେମଲତା ସାହୁ ଉଦ୍‌‌ଘାଟକ ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା.ସୁଜ୍ଞାନେନ୍ଦ୍ର ମିଶ୍ର, ଭିମସାରର ପ୍ରଫେସର ଡା. ବେଣୁଧର ପାଣ୍ଡେ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ, ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଲଲିତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଫାଉଣ୍ଡେସନର ଉପଦେଷ୍ଟା ଲୋଟସ ଷଡ଼ଙ୍ଗୀ, ନିହାର ରଞ୍ଜନ ବେହେରା, ଟିକୁ ପରିଚ୍ଛା, ରାଜୁ ବାଗ, ରଶ୍ମି ରଞ୍ଜନ ପଟ୍ଟନାୟକ, ଦ୍ରୋଣ କୁମ୍ଭାର, ଜଗନ୍ନାଥ ମିଶ୍ର, କିଶୋର ମିଶ୍ର, ଲମ୍ବୋଦର ସାଏ, ସୁଧୀର ଅମାତ, ରଶ୍ମି ରଞ୍ଜନ ମିଶ୍ର, ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବଲାଙ୍ଗିର ସହର ତଥା ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସାମାଜିକ ସଙ୍ଗଠନର ପ୍ରମୁଖ ନେତୃମଣ୍ଡଳୀମାନଙ୍କ ମଧ୍ୟରେ ବିଷ୍ଣୁ ପ୍ରସାଦ କେଡ଼ିଆ, ଚାଇନା ମହାନ୍ତି, ବିଧୁଭୂଷଣ ତ୍ରିପାଠୀ, ବିନୋଦ କାଲସାଏ, ସନ୍ଦୀପ ବାଗ, ରିଲୁ ରଥ, ବିକାଶ ସା, ନୂତନ ଦାସ, ଅସୀମ ଭୋଇ, ଶଶୀ ମଲଙ୍ଗ, ବିଶିକେଶନ ମଲ୍ଲିକ, ଘନ ପଶାୟତ, ହେମନ୍ତ ଛୁରିଆ, ସରୋଜ ମହାକୁର, ରିଙ୍କୁ ଦାସ, ପ୍ରେମରାଜ ପଧାନ, ଶ୍ରୀପତି ପଧାନ, ବୁଲୁ ମହାକୁର, ମୁକେଶ ପଧାନ, ଦେବରାଜ ସେଠ, ବିଶ୍ୱଜିତ ପଟେଲ, କୁନାଲ ସରକାର, ରିଙ୍କି ରାଉତ, ରିଙ୍କି ସାହୁ, ସୁନିତା ସାହୁ, ସୁନିତା ହୋତା, ପ୍ରିୟା ମିଶ୍ର, ପୂଜା ସାହୁ, ଅନୀଲ ରଣା, ଶୁଭ୍ରାନ୍ତ ନନ୍ଦ, ଅନିଲ ନାଏକ, ଅନିଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ପକ୍ଷରୁ ଡା.ସୁମିତ ମୁଣ୍ଡଙ୍କ ନେତୃତ୍ୱରେ ସୁଜିତ ପୁରୋହିତ, ସେକ ଅବଦୁଲ ଅସରତ, ଅଜିତ ସାହୁ, ରିପୁରାଜ ମେହେର, କେଶବ ଷାଣ୍ଢ, ସୁଶୀଲ ସୁନା ପ୍ରମୁଖ ଶିବିରରେ ରକ୍ତ ସଂଗ୍ରହ ଓ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.