csstore

ସୁନାଧର ମାଝୀ ସର୍ବ ଭାରତୀୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଖେଳ ପଡିଆଠାରେ ସର୍ବ ଭାରତୀୟ ସୁନାଧର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍‌ଘାଟନ ହୋଇଯାଇଛି । ସ୍ଥାନୀୟ ଉଦୀୟମାନ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ପଦରେନ୍‌ଙ୍କଠାରୁ ଶତାଧିକ ମହିଳା ପୁରୁଷ କ୍ରୀଡାବିତ୍‌ମାନେ ପୂଜା ଅର୍ଚ୍ଚନା କରି ପବିତ୍ର ପୀଠରୁ ମଶାଲ ଧରି ପଡିଆକୁ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଛତିଶଗଡ଼, ଝାଡ଼ଖଣ୍ଡ, ନାଇଜେରିଆ, ଖୋର୍ଦ୍ଧା, ବରପାଲି, ବଲାଙ୍ଗିର, ସୁନାବେଡ଼ା ଆଦି ଆଠଟି ଦଳ ଯୋଗ ଦେଇଥିବା ସୂଚନା ମିଲିଛି । ଚଳିତ ୨୯ତାରିଖରେ ଚୁଡାନ୍ତ ମ୍ୟାଚ୍ ରଖାଯାଇଥିବା ବେଳେ ଦୁଇ ମହିଳା ଟିମର ପ୍ରଦର୍ଶନୀ ମ୍ୟାଚ୍ ମଧ୍ୟ ରଖାଯାଇଛି । ସରପଞ୍ଚ ଗୌତମ ମାଝୀ, ପୂର୍ବ ସରପଞ୍ଚ ଲକ୍ଷ୍ମୀକାନ୍ତ ମାଝୀ, ଭୁବନେଶ୍ୱର ପଟ୍ଟନାୟକ, ମନୋଜ ପାତ୍ର, ଚିତ୍ତ ରଂଜନ ସାହୁ, ଅନନ୍ତ ପଟ୍ଟନାୟକ, ବଂଶୀଧର ଚଲାନ, ଆକାଶ ସାହୁ, ଚନ୍ଦନ ସାହୁ, କ୍ରୀଡାବିତ୍ ଶେଷ ଦେବ ବେହେରା, ଉଦୀୟମାନ ଯୁବକ ସଂଘର ସମସ୍ତ ସଦସ୍ୟ, ବିଭିନ୍ନ ମହିଳା ସଂଗଠନ ଉପସ୍ଥିତ ଥିଲେ

jayashree
Leave A Reply

Your email address will not be published.