ସାଇବର ପୋଲିସ ପଞ୍ଝାରେ କ୍ରେଡିଟ୍ କାର୍ଡ ଠକ

  • ୭ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ୫ ଗିରଫ

ଭୁବନେଶ୍ୱର : କ୍ରେଡିଟ୍ କାର୍ଡ ଠକେଇ ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତଙ୍କ ଗିରଫ ପରେ ବ୍ୟାଙ୍କ୍ ଅଧିକାରୀଙ୍କ ସମୃକ୍ତି ନେଇ ଖୋଳତାଡ଼ କରିବ । ସୂଚନା ଅନୁସାରେ ରାକେଶ କୁମାରଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ତଦନ୍ତ ଆରମ୍ଭ କରିଥିଲା । ସାଇବର ଥାନା ହାତରେ ଲାଗିଲା କ୍ରେଡିଟ କାର୍ଡ ଠକ । ୫ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଏମାନଙ୍କଠାରୁ ୬ଟି ମୋବାଇଲ, ୪୫୦ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ, ୫୦ଟି ଚେକ ବୁକ୍, ୭୮ଟି ପାସବୁକ, ୬ଟି ସ୍ୱାଇପ୍ ମେସିନ, ୩ ବସ୍ତା ମନି ରିସିପ୍ଟ ଜବତ ହୋଇଛି । ଅଜାଣତରେ ତାଙ୍କ ନାଁରେ କ୍ରେଡିଟ କାର୍ଡ ଇସ୍ୟୁ କରାଯାଇଥିବା ଅଭିଯୋଗ ପରେ ସାଇବର ଥାନା ପୋଲିସ ତଦନ୍ତ କରିଥିଲା । ଅଭିଯୁକ୍ତ ବିଜୁ ତ୍ରିପାଠୀ ଏହି କାର୍ଡ ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲା ପୋଲିସ । ୭ଲକ୍ଷରୁ ଅଧିକ ଟଙ୍କାର ଠକେଇ, ୪୫୦ଟି ଡେବିଟ କାର୍ଡ, ୪ଟି କିଓସ୍କି ମେସିନ ଏବଂ ଏକାଧିକ ବ୍ୟାଙ୍କ ପାସବୁକ ଜବତ ହୋଇଛି । ସେହି କ୍ରେଡିଟ୍‌ କାର୍ଡକୁ ବିଭିନ୍ନ ବେସରକାରୀ ହସ୍ପିଟାଲରେ ଯାଇ ବିଲ କାଉଣ୍ଟରରେ ଲୋକମାନଙ୍କ କ୍ରେଡିଟ କାର୍ଡ ବ୍ୟବହାର କରି ଟଙ୍କା ନେଉଥିଲେ । ବିଭିନ୍ନ ବେସରକାରୀ ମେଡିକାଲର ବିଲିଂ କାଉଣ୍ଟରର ଲୋକ ସାମିଲ ଅଛନ୍ତି । ତଦନ୍ତରୁ ଜଣାପଡିଛି ଯେ, ବିଭିନ୍ନ ଲୋକଙ୍କ ନାଁରେ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା କଥା ଜଣାପଡିଛି । ୩ ବସ୍ତା ମନି ରିସିପ୍ଟ ମିଳିଛି ଯାହା ୨ କୋଟିରୁ ଅଧିକ ଟଙ୍କାର ହେବ ବୋଲି ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ୭ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.