ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଭଦ୍ରକ : ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ପୂର୍ବରୁ ଭିଡ଼ିଓ ବାର୍ତ୍ତାରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଦାବି କରିଛନ୍ତି । ଦାବିପତ୍ର ଅନୁଯାୟୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରହିଛି । ୨୦୧୩ ମସିହାରୁ ଏକ ଘରୋଇ କମ୍ପାନୀ ମାଧ୍ୟମରେ କାର୍ଯ୍ୟରତ ଅଛନ୍ତି । ୬ମାସ ପୂର୍ବରୁ କର୍ମଚାରୀମାନେ ଦରମା ବୃଦ୍ଧି ପାଇଁ ଦାବି କରିଥିଲେ । ପରେ କମ୍ପାନୀର ମୁଖ୍ୟ ପରିଚାଳକ ଦରମା ବୃଦ୍ଧି କରାଯିବ ବୋଲି ଭିଡ଼ିଓ ବାର୍ତ୍ତା ଜାରି କରିଥିଲେ । କିନ୍ତୁ ୬ ମାସ ବିତି ଯାଇଥିଲେ ମଧ୍ୟ ଦରମା ବଢି ନଥିବାରୁ ପୁଣି ଥରେ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ଆଗାମୀ ସମୟରେ କମ୍ପାନୀ ତରଫରୁ ଦାବି ପୂରଣ କରାଯାଉ ବୋଲି ଆଶା ରଖିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ।

Leave A Reply

Your email address will not be published.