oom

୧୭ତମ କୁଡୁକ ସମାଜ ଭିକରାମ ବାବା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଡଲାକୁଦର ତାଡା ପାଡହା ପକ୍ଷରୁ ଆୟୋଜିତ ୧୭ତମ କୁଡୁକ ସମାଜ ଭିକରାମ ବାବା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ସିଆର୍‌ପିଏଫ୍‌ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅପ୍ ଦଳ ସହ ବିଭିନ୍ନ ଦଳକୁ ପୁରସ୍କୃତ କରିଥିଲେ । ଅନୁଷ୍ଠାନର ସଭାପତି ଭିମା ଓରାମଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଶ୍ୟାମଲାଲ ଓରାମଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଖେଳାଳିଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି କହିଲେ ଯେ ସମ୍ପ୍ରତି ସରକାର ଖେଳକୁ ପ୍ରୋତ୍ସାହନ ଦେଉଥିବା ବେଳେ ଏହି ଭଳି ଖେଳ ପରସ୍ପର ମଧ୍ୟରେ ସୁସଂହତି ରକ୍ଷା କରିବାରେ ସହାୟକ ହୋଇଥାଏ । ଏହି ଅବସରରେ ଅତିଥିମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ସିଘାଇର ଦଳକୁ ୨୦ହଜାର, ଦ୍ୱିତୀୟ ସ୍ଥାନ ଥିବା ଜରାଟୋଲି ଦଳକୁ ୧୫ହଜାର, ତୃତୀୟ ସ୍ଥାନରେ ଥବା ବଲାଣିର ଏନ୍‌ଟିଏଫ୍‌ ଦଳକୁ ୯ହଜାର ଓ ଚତୁର୍ଥ ଦଳ ଭାବେ ଝାଣ୍ଡି ଦଳକୁ ୭ହଜାର ନଗଦ ଅର୍ଥ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ କନିଷ୍ଠ ବର୍ଗର ଖେଳାଳିଙ୍କୁ ନେଇ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଆୟୋଜନ କରାଯାଇଥିଲା । ଏଥିରେ ଡଲାକୁଦର ତାଡା ପାଡହାକୁ ହରାଇ ମନକୋ ତାଡା ପାଡହା ଦଳ ବିଜୟୀ ହୋଇଥିଲା । ଖେଳ ପରିଚାଳନାରେ ଦିନେଶ ହେମ୍ରମ, ବିଜୟ ତିର୍କି, ସିଲା ଓରାମ ଓ ସନ୍ତି ଓରାମ ପ୍ରମୁଖ ସହଯୋଗ କରିଥିବାବେଳେ ଉପଦେଷ୍ଟା ବାନ୍ଦେ ତିର୍କି, ଲକ୍ଷ୍ମଣ ଓରାମ, ବେଲ ସମା ତିର୍କି, ଉପବେଲ ପାକୁଲୁ ଓରାମ, ଦେୱନ ସୁଶାନ୍ତ ଲାକ୍ରା, ଉପଦେୱନ ଲଛୁମନ ଓରାମ, ରାକାମ ଲଚୁବାସ, ଟିପୁ ମିଞ୍ଜ, ସହ ସମ୍ପାଦକ ଚୁକା ଓରାମ ଓ କୋଷାଧ୍ୟକ୍ଷ କାଶୀନାଥ ଓରାମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଭୀମା ଓରାମ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.