ରେଳ ଉପଭୋକ୍ତା ସଂଘର ଦାବି ରଖିଲେ ସରକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଲ ଉପଭୋକ୍ତା ସଂଘ ବିଭିନ୍ନ ସମୟରେ ବିଭିନ୍ନ ଦାବି ବାରମ୍ବାର ଉପସ୍ଥାପନ କରିଆସୁଛି । ସମୟ ଆସିଛି ସରକାର ଧିରେ ଧିରେ ପୂରଣ କରୁଛନ୍ତି । କିଛି ଦିନ ତଳେ ସମ୍ବଲପୁର ବନାରସ ଟ୍ରେନ ବଲାଙ୍ଗିର ଦେଇ ବିଶାଖାପାଟଣାମ୍‌ ଦେଇ ସଂପ୍ରସାରିତ ହେଲା । ଆଜି ସୋନପୁର ପର୍ଯ୍ୟନ୍ତ ଟ୍ରାକ୍‌, ଇଲେକ୍ଟ୍ରି ଓ ସିଗ୍‌ନାଲ ଉପରେ ଟ୍ରାଏଲ ଟ୍ରେନର ପରୀକ୍ଷଣ ହୋଇଥିବାରୁ ସଂଘ ତରଫରୁ ପ୍ରଧାନମନ୍ତ୍ରୀଙ୍କ ସହ ସ୍ଥାନୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ସୋନପୁର ବଲାଙ୍ଗିର ଦେଇ ଆସିବାକୁ ଥିବା ଟ୍ରେନକୁ ରାୟପୁର କିମ୍ବା ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଇବା ପାଇଁ ଦାବି ରଖିଛନ୍ତି । ତାହା ସହ ବଲାଙ୍ଗିର ଷ୍ଟେସନରେ ତୁରନ୍ତ ଲିଫ୍ଟ କାମକୁ ତ୍ୱରାନ୍ୱିତ କରିବା ସହ ଆଉ ଏକ ଟ୍ରେନ ବଲାଙ୍ଗିର ଦିଲ୍ଲୀ ବା ପ୍ରୟାଗରାଜ ଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ ରଖିଛନ୍ତି । ବଲାଙ୍ଗିର ଉପଭୋକ୍ତା ସଂଘ ତରଫରୁ ଦିବାକର ହୋତା, ଅଶୋକ ମିଶ୍ର, ଅଶୋକ ଜାନ୍ଦ, ଇଂ. ହିତେଶ ସାହୁ, ପ୍ରଭାକର ରଥ, ଧର୍ମବ୍ରତ ରଥ, ଯୁଧିଷ୍ଟିର ମିଶ୍ର, ବସୁଦେବ ନାଗ, ନବ କୁମାର ମିଶ୍ର ଖୁସି ଜାହିର କରିଛନ୍ତି ।

Leave A Reply

Your email address will not be published.

error: Content is protected !!