ପଦ୍ମପୁର ଲୋକ ମହୋତ୍ସବ ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୩ୟ ପଦ୍ମପୁର ଲୋକ ମହୋତ୍ସବର ତୃତୀୟ ଦିବସର ଉଦ୍‌ଯାପିତ ସମାରୋହ ସନ୍ଧ୍ୟାରେ ମୁଖ୍ୟ ଅତିଥି ନାଉରୀ ନାୟକ (ବିଧାୟକ ରେଙ୍ଗାଲି), ଡି. ମୁରଲୀକୃଷ୍ଣା (ଚେଆର୍‌ପର୍ସନ ବିକାଶ ଗ୍ରୁପ), ଇରାଶିଷ ଆଚାର୍ଯ୍ୟ (ରାଜ୍ୟ ସମ୍ପାଦକ, ବିଜେପି), ଚୁନିରାମ ସାହୁ (ସାଂସଦ, ମହାସମୁନ୍ଦ, ଛତିଶଗଡ), ଓ ପୂର୍ବତନ ବିଧାୟଜ ପ୍ରଦୀପ ପୁରୋହିତଙ୍କୁ ଅବାହକ ଅଶୋକ ମିଶ୍ର, ସଭାପତି ପ୍ରୀତେଶ ବହିଦାର ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ । ଟାଉନ କ୍ଲବର ସଦସ୍ୟ କୁନାଲ ପାଣିଗ୍ରାହୀ, ହରି ଶଙ୍କର ସିଂ, ନରେଶ ସୁନ୍ଦର ସାହୁ, ଦିନେଶ ବାରିକ, ପ୍ରତାପ ନାଥ, ସୁବାଷ ପାତ୍ର, ଅଶୋକ ମିଶ୍ର, ନରୋତ୍ତମ ପଧାନ, ଶ୍ରୀମତୀ ଜ୍ୟୋସ୍ନା କର, ମନୀଷ ରଥ ମଞ୍ଚ ପାଖକୁ ପାଛୋଟି ଆଣିଥିଲେ । ମାଁ ସମଲେଇଙ୍କ ପୂଜା ପରେ ପରେ ସ୍ୱାଗତ ସଂଗୀତ ସରକାରି ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ପରିବେଷଣ କରିଥିଲେ । ସମସ୍ତ ଅତିଥି ନିଜ ନିଜ ବକ୍ତବ୍ୟ ରଖିଥିଲେ । ପୂର୍ବତନ ବିଧାୟକ ଆସନ୍ତା ଲୋକ ମହୋତ୍ସବ ପଦ୍ମପୁର ଜିଲ୍ଲା ଲୋକ ମହୋତ୍ସବ ହେବ ବୋଲି କହିଥିଲେ । ନାଟ୍ୟକାର ଅଶୋକ ବହିଦାର ଓ ତୁଳାରାମ କଲେତଙ୍କୁ ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପଦ୍ମପୁର ଲୋକ ମହୋତ୍ସବର ସ୍ମରଣିକାକୁ ଏଡିଟର ପ୍ରମୋଦ ପାଢି ଓ ଅତିଥିଙ୍କ କର କମଳରେ ଉନ୍ମୋଚିତ କରାଯାଇଥିଲା । ଶୁଶ୍ରୀ ପ୍ରୀତିନନ୍ଦା ମିଶ୍ର ଓ ତୁଳାରାମ କଲେତ ସଂଗୀତ ପରିବେଷଣ କରିଥିଲେ । ପାଇକ ଆଖଡ଼ା (ପୁରୀ), ଶିଶୁ ବିଦ୍ୟାମନ୍ଦିର (ପଦ୍ମପୁର), ଢଳିଆଖୁସାର ସମ୍ବଲପୁରୀ ନୃତ୍ୟ (ବରଗଡ), ନଟରାଜ ବାଲାଙ୍ଗିରର ନାବକେଳି, ଟଙ୍କିକିଆ ସଂଗୀତ ବିଦ୍ୟାଳୟ ପଦ୍ମପୁର ର ନନିନୁ ଭୁଆସେନ୍, ଓଡିଶୀ (କଟକ), ବିହୁ (ଆସାମ), ବ୍ରହ୍ମପୁରି ଦାଣ୍ଡିଆ ରାସ(ଜୁନାଗଡ, ଗୁଜରାଟ), ନକୁଭାଇ ଦେବକଲା ମଣ୍ଡଳ(ଛୋଟା ଉଦେପୁର, ଗୁଜରାଟ), ସୌନ୍ଦରମ କଲଚୁରାଲ ଗ୍ରୁପ (ଗାନ୍ଧୀନଗର, ଗୁଜରାଟ) ଦଳଙ୍କ ନୃତ୍ୟ ପ୍ରଦର୍ଶନ ହୋଇଥିଲା । ଲୋକ ମହୋତ୍ସବ ପାଇଁ ହୋଇଥିବା ସମସ୍ତ ପ୍ରକାର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିବାବେଳେ ପ୍ରତିଯୋଗିତାରେ ବିଚାରପତି ତୁଲାଇ ଥିବା ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ସଭାପତି ପ୍ରିତେଶ ବହିଦାର ଏହି ଲୋକ ମହୋତ୍ସବ, ବାଣିଜ୍ୟ ମେଲା ଓ ମୀନା ବଜାର ପଦ୍ମପୁରବାସୀଙ୍କ ଆଶୀର୍ବାଦରୁ ସଫଳତାର ସହିତ ସମାପନ ହୋଇଥିବାରୁ ସମସ୍ତ ଶ୍ରେୟ ପଦ୍ମପୁର ବାସୀଙ୍କୁ ଦେଇ ଟାଉନ କ୍ଲବର ସମସ୍ତ ସଦସ୍ୟଙ୍କ ଆପ୍ରାଣ ଉଦ୍ୟମରୁ ଲୋକ ମହୋତ୍ସବଟି ସଫଳ ହୋଇଥିବାରୁ ଧନ୍ୟବାଦ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର, ଅଞ୍ଜନ ପଧାନ ଓ ଶୁଶ୍ରୀ ସ୍ୱଜଳ ପଧାନ ମଞ୍ଚ ପରିଚାଳନା ସୁଚାରୁ ରୂପେ ତୁଲାଇଥିଲେ । ଶେଷରେ ସମ୍ପାଦକ ଇଁ କୁନାଲ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଟାଉନ କ୍ଲବର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.