ଆର୍‌ଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ୍‌ ପ୍ରାଙ୍ଗଣରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୩ – ୨୪ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ରୀଡ଼ା ଶିକ୍ଷକ ଅଜୟ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀମାନଙ୍କର ମିଳିତ ସହଯୋଗରେ ସୂଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ୍ୟୁନିସିପାଲ କଲେଜର କ୍ରୀଡା ଅଫିସର ତଥା ଆନ୍ତର୍ଜାତୀୟ କୋଚ୍ କ୍ୟାପ୍‌ଟେନ୍‌ ଏସ୍‌.ଏନ୍ ରାଉତ ମୁଖ୍ୟ ଅତିଥି, ଏନ୍‌ଆଇଟି ଷ୍ଟେଟ ବ୍ୟାଙ୍କର ଡେପୁଟି ବ୍ରାଞ୍ଚ ମ୍ୟାନେଜର ସୁଶ୍ରୀ ସୁକ୍ତି ବୈଶାଖ ସମ୍ମାନିତ ଅତିଥି, ଏବିଓ ସତ୍ୟଭାମା ବେହେରା ବରେଣ୍ୟ ଅତିଥି, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ସିପ୍ରା ସାହୁ ଯୋଗଦାନ କରିଥିଲେ । ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ କ୍ରୀଡ଼ାର ଉପଯୋଗିତା, ଉଦ୍ଦେଶ୍ୟ ଵିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ଦୌଡ, ସଟ୍‌ପୁଟ୍‌, ଡିସ୍‌କସ୍‌ ଥ୍ରୋ, ଗଣିତ ଖେଳ, ମ୍ୟୁଜିକ୍‌ ଚେୟାର, ଲଙ୍ଗ୍‌ଜମ୍ପ୍‌, ହାଇଜମ୍ପ୍‌, ଫେନ୍ସିଡ୍ରେସ ଆଦି ପ୍ରତିଯୋଗିତା ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠଙ୍କ ମଧ୍ୟରେ କରାଯାଇ କୃତିତ୍ୱ ହାସଲ କରିଥିବା ୭୦ଜଣଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥିରେ ଵହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତଥା ସାନ୍ତ୍ୱନା ମୂଳକ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ସେହିପରି ଅଭିଭାବକମାନଙ୍କର ଉପସ୍ଥିତି ଓ ବିଭିନ୍ନ ଅତିଥିମାନଙ୍କ ସମ୍ମୁଖରେ ଛାତ୍ରଛାତ୍ରୀମାନେ କୌତୁକ ପୋଷାକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ ହୋଇଥିଲା । ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଉଦ୍‌ଘାଟନ ଉତ୍ସବରେ ଶିକ୍ଷକ ସରୋଜ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ସୀତାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶ ମଞ୍ଚ ପରିଚାଳନା କରିଥିଲେ । ସେହିପରି ଉଦ୍‌ଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଛବିରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ବିଭାଗର ଗାଇଡ୍‌ଲାଇନ୍‌ ଅନୁସାରେ ପିଲାମାନଙ୍କର ପ୍ୟାରେଡ ଅତିଥିମାନଙ୍କୁ ସମ୍ମାନିତ ଇତ୍ୟାଦି କରାଯାଇଥିଲା । ଧାଡ଼ି ଧାଡ଼ି ହୋଇ ହସଖୁସିରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗହଣରେ ସ୍ୱାଗତ ପୂର୍ବକ କରତାଳି ଦେଇ ଅତିଥିମାନଙ୍କୁ ବିଦ୍ୟାଳୟର ପ୍ରାଙ୍ଗଣ ସ୍ଥିତ ସଭାକୁ ପାଛୋଟି ନିଆଯାଇଥିଲା । ଏଥିରେ ବରିଷ୍ଠ ଶିକ୍ଷକ ଛବିରାଣୀ ପ୍ରଧାନ, ସରୋଜ କୁମାର ଜେନା, ମିନତୀ ଖମାରୀ, ନମିତା ଦନ୍ତା, ସାଗର ପରିଡା, ଭରତ ସେଠୀ, ଅନ୍ନପୂର୍ଣ୍ଣା ସାହୁ, ସୀତାରାମ ସାହୁ, ସସ୍ମିତା ପଟ୍ଟନାୟକ, ମମତା ସେନାପତି, ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଓ ସହଯୋଗ କରିଥିଲେ । ସଭାପତି କ୍ରୀଡା ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ୫ଟି ବିଦ୍ୟାଳୟର ଅନେକ ଖେଳ ସାମଗ୍ରୀ ତଥା ବିଦ୍ୟାଳୟର ଏପରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅଭିଭାବକମାନେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ବିଜୟ ମହନ୍ତ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ, ସାବିତ୍ରୀ ଦେବୀ, ପ୍ରତିମା ଦେବୀ ସହାୟତା ପ୍ରଦାନ କରିଥିଲେ । ପରିଶେଷରେ ବରିଷ୍ଠ ଖେଳଶିକ୍ଷକ ଅଜୟ କୁମାର ରାଉତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.