ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମ୍‌ଠାରେ ସ୍ଥାନୀୟ ପଞ୍ଚାୟତ ସମିତି ଆନୁକୁଲ୍ୟରେ ନୂଆ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବ୍ଲକ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବୁର୍ଡ। ଓ ଯୋଗିସର୍ଡା ଏବଂ ରେଙ୍ଗାଲି ଓ ପଥରଖଣ୍ଡି ମଧ୍ୟରେ ସୀମିତ ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ବୁର୍ଡ଼। ଓ ପଥରଖଣ୍ଡି ଏକାଦଶ ସେମି ଫାଇନାଲକୁ ଉନ୍ନୀତ ହୋଇଥିବା ଜଣାଯାଇଛି । ଅତିରିକ୍ତ ବିଡ଼ିଓ ବିଜୟ କୁମାର ହୋତା, ଜିପିଇଓ କିଶୋର ଚନ୍ଦ୍ର ମାନସିଂହ, ଯୋଗାଣ ନିରୀକ୍ଷକ ସୌମ୍ୟରଞ୍ଜନ ମହାନନ୍ଦ, ସାମ୍ବାଦିକ ମହେଶ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଆସନ୍ତା ୧୯ରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.