ବଲାଙ୍ଗିର ଜିଲ୍ଲାରେ ଶହେ ତଳକୁ ଖସିଲା ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ନୂଆ ଆକ୍ରାନ୍ତ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଶହେ ତଳକୁ ଖସିଛି ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ସମୁଦାୟ ୮୩୩୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୮୨୦୧ ଜଣ ସୁସ୍ଥତା ଅର୍ଜନ କରିଛନ୍ତି । ମାତ୍ର ୯୫ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଏବେ ଜିଲ୍ଲାରେ ରହିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ଆଜି ଜିଲ୍ଲାରେ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୩ରୁ ୨ ଜଣ, ପାଟଣାଗଡ ଏନ୍‌ଏସି ୱାର୍ଡ ନଂ.୧୫ରୁ ୩ ଜଣ ସଂକ୍ରମିତ ହୋଇଥିବା ବେଳେ ଖପ୍ରାଖୋଲ ବ୍ଲକ୍‌ ଲୁହାସିଂହା ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ୍‌ ସୋଲବନ୍ଧ ଗ୍ରା.ପ.ରୁ ଜରେ ଓ ତୁରେକେଲା ବ୍ଳକ୍‌ ବଡ଼ବାଙ୍କି ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.

error: Content is protected !!