୩ୟ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୩ୟ ପଦ୍ମପୁର ଲୋକ ମହୋତ୍ସବର ତା.୧୦.୧୨.୨୦୨୩ ରବିବାର ଦିନ ସ୍ଥାନୀୟ ରାଜାଜି ଟାଉନ ହଲଠାରେ ପଦ୍ମପୁରର ମହିଳାମାନଙ୍କୁ ନେଇ ରଙ୍ଗୋଲି, ଝୁଟି ଓ କଣ୍ଠ ସଂଗୀତ ପ୍ରତିଯୋଗିତା ହୋଇଥିଲା । ସର୍ବ ପ୍ରଥମେ ପଦ୍ମପୁର ଟାଉନ କ୍ଲବର ଉପଦେଷ୍ଠା ଶିରିଶ ବହିଦାରଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଗଲା ପରେ ଫିତା କାଟି ପ୍ରଭୁ ଗଣେଶ ଭଗବାନଙ୍କୁ ପୂଜାଚନା କରି ପ୍ରତିଯୋଗିତା ଆରମ୍ଭ କରିଥିଲେ । ରଙ୍ଗୋଲି ପାଇଁ ସଚ୍ଚିଦାନନ୍ଦ ସାହୁ, ସୁଶ୍ରୀ ମିନାକ୍ଷୀ ଭୋଇ ଓ ସୁଶ୍ରୀ ସରିତା ଦୋରା ବିଚାରକ ଥିଲେ । ଝୁଟି ପ୍ରତିଯୋଗିତା ଶ୍ରୀମତୀ ମିତାଲି ସିଂ, ଗିରିଧାରି ସାହୁ ଓ ସଚ୍ଚିଦାନନ୍ଦ ସାହୁ ବିଚାରକ ଥିଲେ । କଣ୍ଠ ସଂଗୀତରେ ସନ୍ତୋଷ ମହାନ୍ତି, ସୁରେନ୍ଦ୍ର ସାହୁ ଓ ରମେଶ ଗୁର୍ଲା ବିଚାରକ କାର୍ଯ୍ୟ ତୁଳାଇଥିଲେ । ଏହି କାର୍ଯ୍ୟକ୍ରମକୁ କୋ-ଅଡିନେଟର ପ୍ରତାପ ନାଥ, ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ଅଶୋକ ମିଶ୍ର, କୁନାଲ ପାଣିଗ୍ରାହି, ନରେଶ ସୁନ୍ଦର ସାହୁ, ସୁଧାଂଶୁ ଶେଖର ତ୍ରିପାଠୀ, ଦିବ୍ୟକିଶୋର ପଣ୍ଡା, ଦିନେଶ ବାରିକ, ନରେଶ ସୁନ୍ଦର ସାହୁ, ନରୋତ୍ତମ ପଧାନଙ୍କ ସାହାୟତାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.