csstore

ଟିଟିଲାଗଡ଼ରେ ଏଲ୍‌ଆଇସିର ସମ୍ବଲପୁର ମଣ୍ଡଳସ୍ତରୀୟ ଏସ୍‌ସି, ଏସ୍‌ଟି, ବୁଦ୍ଧିଷ୍ଟ କଲ୍ୟାଣ କର୍ମଚାରୀ ସଂଘର ୩୦ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସ୍‌ସି, ଏସ୍‌ଟି, ବୁଦ୍ଧିଷ୍ଟ ଏଲ୍‌ଆଇସି କଲ୍ୟାଣ କର୍ମଚାରୀ ସଂଗଠନର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସର୍ବ ଭାରତୀୟ ସଭାପତି ଆନନ୍ଦ ପ୍ରକାଶ ଟପୋ, ସମ୍ମାନିତ ଅତିଥି ଭାବେ ସର୍ବ ଭାରତୀୟ ସମ୍ପାଦକ ଏସ୍‌ ଜେ ମହେଶ ପ୍ରସାଦ (ପ୍ରଚାର ପ୍ରସାର), ସର୍ବ ଭାରତୀୟ ସମ୍ପାଦକ ସି ସିଦ୍ଧାର୍ଥନ, ପ୍ରାନ୍ତୀୟ ସମ୍ପାଦକ ମନୋଜ କୁମାର, ଆୟୋଜକ କମିଟିର ଅଧ୍ୟକ୍ଷ ବିରେନ୍ଦ୍ର ବାଗ, ଆଦିବାସୀ କଲ୍ୟାଣ ସଙ୍ଘର ସମ୍ପାଦକ ହାଁସଦା ବାବୁ, ଟିଟିଲାଗଡ ଆୟୋଜକ କମିଟିର ସଂପାଦକ ସୁମନ ସୌରଭ ପରିଛା, ଆୟୋଜକ କମିଟିର ସଭାପତି ମହେଶ ପାଣ୍ଡେ ମଞ୍ଚାସୀନ ଥିଲେ । ଏହି ସମ୍ମିଳନୀରେ ସମସ୍ତ ଏସ୍‌ସି ଏସ୍‌ଟି ଉନ୍ନୟନମୂଳକ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହ ଆଗକୁ କ’ଣ କ’ଣ କରାଯିବ ସେ ନେଇ ପରାମର୍ଶ ଦେଇଥିଲେ ।

jayashree
Leave A Reply

Your email address will not be published.